ଭୁବନେଶ୍ବର: ଅତ୍ୟଧିକ ଗରମ ପାଇଁ 2100 ସୁଦ୍ଧା ଓଡିଶାରେ ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ହେବା ଏକ ସର୍ଭେରୁ ଜଣାପଡ଼ିଛି । ବର୍ତ୍ତମାନର ହାରରେ ଯଦି ଗ୍ରିନହାଉସ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ହେବା ନେଇ ସୋମବାର ଭୁବନେଶ୍ବରରେ ଉନ୍ମୋଚନ କରାଯାଇଥିବା ଏକ ନୂତନ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅତ୍ୟଧିକ ଗ୍ୟାସ ର୍ନିଗମ ଜାରି ରହିବା ପରିସ୍ଥିତିରେ ଶତାବ୍ଦୀ ଶେଷ ସୁଦ୍ଧା ଭାରତରେ ହାରାହାରି ବାର୍ଷିକ ତାପମାତ୍ରା ୨୪ ଡିଗ୍ରି ସେଲସିଅସରୁ ୨୮ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବା ଆକଳନ କରାଯାଇଛି । ତେବେ ଓଡ଼ିଶାରେ ହାରାହାରି ଗ୍ରୀଷ୍ଣ ତାପମାତ୍ରା ୨୦୧୦ରରେ ୨୮.୮୭ ଡିଗ୍ରି ସେଲସିୟସରୁ ବୃଦ୍ଧି ପାଇ ୨୧୦୦ ସୁଦ୍ଧା ୩୨.୧୯ ଡିଗ୍ରି ସେଲସିୟସ ହେବ ବୋଲି ଅନୁମାନ କରାଯାଇଛି ।