ଓଡିଶା

odisha

By

Published : Oct 11, 2021, 6:49 PM IST

ETV Bharat / city

କଂଗ୍ରେସକୁ ସୁରେଶଙ୍କ ପରାମର୍ଶ, ନିଜର ପୁନଃଉଦ୍ଧାର ଚାହୁଁଥିଲେ ପ୍ରାଦେଶିକ ପ୍ରସଙ୍ଗ ଉଠାନ୍ତୁ

ଉତ୍ତରପ୍ରଦେଶରେ ଲକ୍ଷ୍ମୀପୁର ଘଟଣାକୁ କଂଗ୍ରେସ ମୌନ ପ୍ରତିବାଦ କରିଥିବାବେଳେ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ସୁରେଶ ପୂଜାରୀ । କହିଲେ ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ପ୍ରସଙ୍ଗ କରୁଛି କଂଗ୍ରେସ । କିଛି ସୁଫଳ ପାଇବ ନାହିଁ । ଅଧିକ ପଢନ୍ତୁ...

କଂଗ୍ରେସକୁ ସୁରେଶଙ୍କ ପରାମର୍ଶ, ନିଜର ପୁନରୁଦ୍ଧାର ଚାହୁଁଥିଲେ ପ୍ରାଦେଶିକ ପ୍ରସଙ୍ଗ ଉଠାନ୍ତୁ
କଂଗ୍ରେସକୁ ସୁରେଶଙ୍କ ପରାମର୍ଶ, ନିଜର ପୁନରୁଦ୍ଧାର ଚାହୁଁଥିଲେ ପ୍ରାଦେଶିକ ପ୍ରସଙ୍ଗ ଉଠାନ୍ତୁ

ଭୁବନେଶ୍ବର:ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ହିଂସାକୁ ନେଇ ଓଡିଶାରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଦଳ ରାଜଭବନ ସମ୍ମୁଖରେ ମୌନବ୍ରତ ପାଳନ କରିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁରେଶ ପୂଜାରୀ । ଏନେଇ କଂଗ୍ରେସକୁ ସୁରେଶ କିଛି ନିଶୁଳ୍କ ପରାମର୍ଶ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି। ଯଦି କଂଗ୍ରେସ ନିଜର ପୁନଃଉଦ୍ଧାର ଚାହୁଁଛି, ତେବେ ପ୍ରାଦେଶିକ ପ୍ରସଙ୍ଗକୁ ଉଠାନ୍ତୁ ବୋଲି କହିଛନ୍ତି ସୁରେଶ ।

କଂଗ୍ରେସକୁ ସୁରେଶଙ୍କ ପରାମର୍ଶ, ନିଜର ପୁନରୁଦ୍ଧାର ଚାହୁଁଥିଲେ ପ୍ରାଦେଶିକ ପ୍ରସଙ୍ଗ ଉଠାନ୍ତୁ

ସୁରେଶ କହିଛନ୍ତି, ପ୍ରଦେଶ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଆଗକୁ ଉତ୍ତରପ୍ରଦେଶରେ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗକୁ ଢାଲ କରି ରାଜନୈତିକ ବୈତରଣୀ ପାର ହେବା ପାଇଁ ଚେଷ୍ଟା କରୁଛି କଂଗ୍ରେସ। କିନ୍ତୁ ଏହି ପ୍ରୟାସରେ କିଛି ଫଳ ହେବ ନାହିଁ । ଉତ୍ତରପ୍ରଦେଶ ହିଂସା ଘଟଣାରେ ଅଭିଯୁକ୍ତ ଗିରଫ ହୋଇସାରିଲାଣି । କିନ୍ତୁ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରୁଛି କଂଗ୍ରେସ । ଯଦି କଂଗ୍ରେସ ନିଜର ପୁନଃଉଦ୍ଧାର ଚାହୁଁଛି, ତେବେ ପ୍ରାଦେଶିକ ପ୍ରସଙ୍ଗକୁ ଗୁରୁତ୍ବ ଦେଉ ବୋଲି କହିଛନ୍ତି ସୁରେଶ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details