ଓଡିଶା

odisha

ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

By

Published : Jan 1, 2021, 11:25 AM IST

Updated : Jan 1, 2021, 8:43 PM IST

ନୂଆ ବର୍ଷରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର । ଅଧିକ ପଢନ୍ତୁ...

ସୁରେଶ ମହାପାତ୍ର
ସୁରେଶ ମହାପାତ୍ର

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର । ଆଜି ନୂଆବର୍ଷରେ ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । 14 ମାସ ଅର୍ଥାତ 2022 ଫେବୃଆରୀ ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ରହିଛି । ସେହିପରି ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର
ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର
ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

ଏହି ଅବସରରେ ନୂତନ ଜୀବିକା ଉପାୟ ସୃଷ୍ଟି ଏବଂ ଦ୍ରୁତ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ତ୍ବ ଦିଆଯିବ ବୋଲି ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ସୁରେଶ ମହାପାତ୍ର 1986 ବ୍ୟାଚର ଆଇଏଏସ୍ ଅଫିସର ହୋଇ ଥିବାବେଳେ ସେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଜର ଦାୟିତ୍ବ ସମ୍ପାଦନା କରିଛନ୍ତି । ନୂଆପଡା ଜିଲ୍ଲାରୁ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ ସୁରେଶ । 1996 ନବକଳେବର ସମୟରେ ପୁରୀ ଜିଲ୍ଲାପାଳ ଓ 2015 ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ତ୍ବ ମଧ୍ୟ ତୁଲାଇଛନ୍ତି ।

ସୁରେଶ ମହାପାତ୍ର

ତେବେ ଗୁରୁବାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଅବସର ଗ୍ରହଣ କରିଥିଲେ । ଅସିତ୍‌ଙ୍କ ଅବସର ପୂର୍ବରୁ ସରକାର ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏନେଇ ଡିସେମ୍ବର 25 ତାରିଖରେ ସରକାର ଏହା ଉପରେ ମୋହର ମାରିଥିଲେ । ସେହିପରି ଅସିତ୍‌ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 1, 2021, 8:43 PM IST

ABOUT THE AUTHOR

...view details