ଓଡିଶା

odisha

ETV Bharat / city

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କୋରୋନା ବିଫଳତା ତାଗିଦ ପ୍ରସଙ୍ଗ, ରାଜ୍ୟରେ ଦୋଷ ଲଦିଲା ବିଜେପି - union govt

କୋରୋନା ମୁକାବିଲାରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ସନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ରାଜ୍ୟ ବିଜେପି । କହିଲା ଏହା ପ୍ରାକୃତିକ ବିପର୍ଯ୍ୟୟ ପରି। ମିଳିମିଶି ଲଢିବା ଆବଶ୍ୟକ । ଅଧିକ ପଢନ୍ତୁ...

କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ କୋରୋନା ବିଫଳତା ତାଗିଦ ପ୍ରସଙ୍ଗ ; ରାଜ୍ୟ ଉପରେ ଦୋଷ ଲଦିଲା ବିଜେପି
କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ କୋରୋନା ବିଫଳତା ତାଗିଦ ପ୍ରସଙ୍ଗ ; ରାଜ୍ୟ ଉପରେ ଦୋଷ ଲଦିଲା ବିଜେପି

By

Published : Apr 28, 2021, 6:43 PM IST

ଭୁବନେଶ୍ବର: କୋରୋନା ମୁକାବିଲାରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ସନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି ନିଜ କାନ୍ଧରୁ ଦୋଷ ଖସାଇଥିବାବେଳେ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛି । ସେହିପରି ରାଜ୍ୟ ସରକାରଙ୍କୁ ମୁକାବିଲା ବିଫଳ ହେବାର କାରଣ ବୋଲି ଚିତ୍ରଣ କରିଛି ଦଳ । ଏନେଇ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।

ପୃଥ୍ବୀରାଜ କହିଛନ୍ତି ଯେ, ନ୍ୟାୟାଳୟ କହିବାରେ କିଛି ମନାନାହିଁ । କିନ୍ତୁ କୋରନା ଏକ ପ୍ରାକୃତିକ ଦୁର୍ବିପାକ । ଏଭଳି ସ୍ଥିତି ହେବ ବୋଲି କେହି କେବେ ପରିକଳ୍ପନା କରିନଥିଲେ । ଯେହେତୁ କେନ୍ଦ୍ର ସରକାରଙ୍କ ପରାମର୍ଶକୁ ରାଜ୍ୟ ସରକାର ମାନେ ଗୁରୁତର ସହ ନନେବାରୁ କୌଣସି ରାଜ୍ୟ ଏପରି ସ୍ଥିତି ପ୍ରତି ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତ ମଧ୍ୟ ନଥିଲେ । ତେଣୁ କେଉଁଠି ନା କେଉଁଠି ସମସ୍ତ ଅପ୍ରସ୍ତୁତତା ଭିତରେ ଏଭଳି ଏକ ସଂକ୍ରମଣ ସ୍ଥିତି ଆସିଲା ବୋଲି କିହଛନ୍ତି ପୃଥୀରାଜ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ସଂକ୍ରମଣ ସହ ସମସ୍ତେ ମିଳିମିଶି ଲଢେଇ କରିବାର ସମୟ ଆସିଛି । ଯେଉଁଥିପାଇଁ ଆଜି ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମୀ ସୁଦୃଢୀକରଣ ପାଇଁ କେନ୍ଦ୍ର ସରକାର ଅପ୍ରାଣ ଉଦ୍ୟମ କରୁଛନ୍ତି । ଯାହା ଫଳରେ କିଛି ରାଜ୍ୟରେ ସଂକ୍ରମଣର ପ୍ଲାଟୁ ଷ୍ଟେଜ ଆସିବା ସହ କିଛି ରାଜ୍ୟରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇବା ଆରମ୍ଭ କରିଛି । ଆଉ କିଛି ରାଜ୍ୟରେ ସ୍ଥିତି ପିକ୍ ଷ୍ଟେଜରେ ଅଛି । ତେଣୁ ଏହି ମୁକାବିଲାର ଏକ ମିଶ୍ରିତ ଫଳ ମିଳିବା ଆରମ୍ଭ ହୋଇଛି । ବ୍ୟାପକ ଭ୍ୟାକ୍ସିନେସନର ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ପାଖାପାଖି 15 କୋଟି ଲୋକ ଟୀକା ଗ୍ରହଣ କରି ସାରିଲେଣି । ସେହିପରି ପହିଲାରୁ18ରୁ 44 ବର୍ଷର ଲୋକଙ୍କୁ ଟିକା ପ୍ରଦାନ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଏକ ବୃହତ ବର୍ଗ ଭ୍ୟାକ୍ସିନେଟେଡ଼ ହେବାକୁ ଯାଉଛନ୍ତି ।

କେନ୍ଦ୍ର ସରକାର ଲଢେଇ ପାଇଁ ଯେଉଁ ଯୋଜନା ତିଆରି କରିଛନ୍ତି, ସେ ଯୋଜନା ନିଶ୍ଚିତ ଭାବରେ ଫଳବତୀ ହେବ । ଆମେ ନିଶ୍ଚିତ ଭାବରେ କରୋନା ଲଢେଇରେ ଜିତିବା । ତେଣୁ ସର୍ବୋଚ୍ଚ କୋର୍ଟ ଯେଉଁ କଥା କହିଛନ୍ତି, ସେ ସବୁ ଦିଗକୁ ଥରେ ତର୍ଜମା କରି ଏ ବାବଦରେ କହିବା ଦରକାର । କାହାକୁ ଚେତାବନୀ ଦେଇଦେଲେ ଯେ ରୋଗ ସଂକ୍ରମଣ ସାଙ୍ଗେ ସାଙ୍ଗେ ବନ୍ଦ ହୋଇଯିବ ତାହା ନୁହେଁ । ତେଣୁ ଆଇନ ଓ ସରକାରୀ ସମସ୍ତ ବ୍ୟବସ୍ଥା ବର୍ତ୍ତମାନ ସହଯୋଗର ହାତ ବଢ଼ାଇ ଲଢ଼ିବାର ଆବଶ୍ୟକତା ରହିଥିବା ପୃଥୀରାଜ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବ ବର୍ଷ ମଧ୍ୟ ସଂକ୍ରମଣ ଆସିଥିଲା । ଯାହାକୁ ଆମେ ସମସ୍ତେ ମିଶି ଲଢ଼ିବା ଦ୍ବାରା ଜିତି ପାରିଲେ । ପୁଣି ଏକ ଦ୍ବିତୀୟ ଲହର କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ବରେ ଆସିଥିବା କହିଛନ୍ତି ପୃଥୀରାଜ । ଛୋଟ ଓ କମ ଲୋକ ସଂଖ୍ୟା ବିଶିଷ୍ଟ ଦେଶ ମାନେ ଶିଘ୍ର ଶୀଘ୍ର ପ୍ରଶମନ କରିବାରେ ସଫଳ ହେଲେ । ଭାରତ ଭଳି ଏକ ବିଶାଳ ଦେଶରେ ଯେଉଁଠି ଅଧିକ ଜନସଂଖ୍ୟା ଅଛି, ସ୍ବାସ୍ଥ୍ୟ ଭିତ୍ତିଭୁମି ଏତେ ସୁଦୃଢ ନାହିଁ । ତେଣୁ ସଂକ୍ରମଣ କମାଇବା ଏକ ଦୁର୍ବିସହ ବ୍ୟାପାର । କିନ୍ତୁ ଭାରତ ସରକାର ଯେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି ଏଥିରେ ନିଶ୍ଚିତ ଭାବେ ଆମେ ଜିତିବା ବୋଲି ପୃଥ୍ବୀରାଜ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details