ଭୁବନେଶ୍ବର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ଦପ୍ତରର ବିଭିନ୍ନ ଶାଖା ବୁଲି ଦେଖିବା ସହିତ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।
କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଠିକଣା ଭାବେ କାର୍ଯ୍ୟକାରୀ କରୁନଥିବା ମନ୍ତ୍ରୀଙ୍କ ନଜରକୁ ଆସିଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉପସ୍ଥାନ ଖାତା ମଗାଇ ଦେଖିଛନ୍ତି । ରାଜ୍ୟରେ ଥିବା ସମସ୍ତ ପାକସ ଓ ସମବାୟ ସମିତିରେ ଠିକଣା ଭାବେ ଅଡିଟ ହେଉନଥିବାରୁ ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ଯୋଗୁଁ ତୁରନ୍ତ ଏ ସବୁର ଅଡିଟ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଭାଗରେ ୫-ଟି ଆଧାରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ନିୟମିତ ଭାବେ ପାକସ ଏବଂ ସମବାୟ ସମିତିଗୁଡିକର ଅଡିଟ, କମ୍ପୁଟରୀକରଣ କରିବାକୁ ମନ୍ତ୍ରୀ କହିଛନ୍ତି ।