ଭୁବନେଶ୍ବର: ତୈଳ ଦର ବୃଦ୍ଧି ସହ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦଳ । ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର ‘ହାଇଡ ଆଣ୍ଡ ସିକ୍’ ଗେମ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।
ରଣେନ୍ଦ୍ର କହିଛନ୍ତି ଯେ, ସାରା ଦେଶରେ ଦରଦାମ ବୃଦ୍ଧିର ପ୍ରଭାବ ରହିଛି । ଆନ୍ତର୍ଜାତିକ ସ୍ତରରେ ତେଲ ଦର ବୃଦ୍ଧି କମ ହୋଇଥିଲେ ମଧ୍ୟ ଦେଶରେ ତେଲ ଦର କମୁନି । ପଶ୍ଚିମବଙ୍ଗ ନିର୍ବାଚନ ବେଳେ ଦରଦାମ ନିୟନ୍ତ୍ରଣରେ ଥିଲା । ନିର୍ବାଚନ ପରେ ଦରଦାମ ବଢିଲା । ସେହିପରି ନିକଟରେ 5 ରାଜ୍ୟ ବିଜେପିର ହାତ ମୁଠାକୁ ଆସିବା ପରେ ଦର ବଢାଉଛନ୍ତି ।