ଭୁବନେଶ୍ବର: ରାଉରକେଲା (SAIL) ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ୍ ଭାବେ ହେବ ବ୍ୟବହାର । ଏନେଇ SAIL କୁ ମିଳିଛି ଅନୁମୋଦନ । ପଶ୍ଚିମ ଓଡିଶା ସମେତ ଇସ୍ପାତ ନଗରୀ ରାଉରକେଲାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । SAIL ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ ଭାବରେ ବ୍ୟବହାର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ନିର୍ଦ୍ଦେଶ ।
କୋଭିଡ ହସ୍ପିଟାଲ ଭାବେ ବ୍ୟବହାର ହେବ ରାଉରକେଲା SAIL ହସ୍ପିଟାଲ
ରାଉରକେଲା (SAIL) ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ୍ ଭାବେ ହେବ ବ୍ୟବହାର । ଏନେଇ SAILକୁ ମିଳିଛି ଅନୁମୋଦନ । ଅଧିକ ପଢନ୍ତୁ...
କୋଭିଡ ହସ୍ପିଟାଲ ଭାବେ ବ୍ୟବହାର ହେବ ରାଉଲକେଲା SAIL ହସ୍ପିଟାଲ
କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ SAIL ସୁପର ସ୍ପେସିଆଲିଟି ହସ୍ପିଟାଲରେ ରହିଛି ସମସ୍ତ ଚିକିତ୍ସା ବ୍ୟବସ୍ଥା । ଆଇସିୟୁ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଗୁରୁତର ରୋଗୀଙ୍କୁ ଏଠାରେ ରଖି ଚିକିତ୍ସା ସୁବିଧା ଦିଆଯାଇପାରିବ । ତେଣୁ ଏହାକୁ ବ୍ୟବହାର କରିବା ଲାଗି ଜିଲ୍ଲା ପ୍ରଶାସନକୁ SAIL କର୍ତ୍ତୃପକ୍ଷ ଏକ ଅନୁରୋଧ ପତ୍ର ପଠାଇଛନ୍ତି । SAILର 60 ଶଯ୍ୟା ବିଶିଷ୍ଟ ICU ସୁବିଧା ରହିଛି । ଯେଉଁଠି ଆବଶ୍ୟକ ଗୁରୁତର ରୋଗୀ ରହି ଚିକିତ୍ସା ଲାଭ ପାଇପାରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ