ଓଡିଶା

odisha

ETV Bharat / city

‘ବିକ୍ରି ମୂଲ୍ୟ ଠାରୁ ବଳି ଯାଉଛି ଚିନି ଉତ୍ପାଦନ ମୂଲ୍ୟ’ - sugar mill issue raise in assembly

ବନ୍ଦ ହୋଇଯାଇଥିବା ଚିନିକଳକୁ ନେଇ ବିଧାନସଭାରେ ଉଦବେଗ । ରାଜ୍ୟରେ ଥିବା ସମୁଦାୟ ୮ଟି ଚିନିକଳରୁ ମାତ୍ର ୨ ଟି କାର୍ଯ୍ୟକ୍ଷମ ରହିଥିବା ନେଇ ମନ୍ତ୍ରୀଙ୍କ ସୂଚନା ।

ବିଧାନସଭାରେ ଚିନି କଳ ପ୍ରସଙ୍ଗ
‘ଚିନି ବିକ୍ରି ଠାରୁ ବଳି ଯାଉଛି ଉତ୍ପାଦନ ମୂଲ୍ୟ’

By

Published : Nov 27, 2019, 12:11 PM IST

ଭୁବନେଶ୍ବର: ବନ୍ଦ ପଡିଥିବା ଚିନି କଳକୁ ନେଇ ଗୃହ ସରଗରମ । ସମୁଦାୟ 8ଟି ଚିନିକଳରୁ ମାତ୍ର 2ଟି କାର୍ଯ୍ୟକ୍ଷମ ହେଉଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

‘ଚିନି ବିକ୍ରି ଠାରୁ ବଳି ଯାଉଛି ଉତ୍ପାଦନ ମୂଲ୍ୟ’

ରାଜ୍ୟରେ 8ଟି ଚିନିକଳରୁ ଆସ୍କା ଚିନି କଳ ଏବଂ ଢେଙ୍କାନାଳର ଶକ୍ତି ସୁଗର ମିଲ ଉତ୍ପାଦନ କ୍ଷମ ରହିଛି । ତେବେ ଗତ 2015ରେ ବରଗଡ଼ ଚିନି କଳକୁ 800 କୋଟି ଏବଂ ଆସ୍କା ଚିନି କଳକୁ 500 କୋଟି ପ୍ରଦାନ କରାଯାଇଥିଲା । ବରଗଡ ଚିନିକଳର ପୁନଃଦ୍ଧାର ପାଇଁ ଡିପିଆର ସରକାରଙ୍କ ହସ୍ତଗତ ହୋଇଛି ।ସୁଗାର ଇନଷ୍ଟିଚ୍ୟୁଟ କାନପୁର ଏହି ଡିପିଆର ପ୍ରସ୍ତୁତ କରିଛି ।

ଚିନି ଶିଳ୍ପ ଏକ କ୍ଷତିରେ ଚାଲୁଥିବା ଶିଳ୍ପ । 1 କିଲୋ ଚିନି ଉତ୍ପାଦନ କରିବା ପାଇଁ 47ରୁ 48 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚିନି ବିକ୍ରି ହେଉଛି 32 ଟଙ୍କାରେ । ଏପରିକି ଆଖୁ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି ଯେଉଁଥି ପାଇଁ ଚିନିକଳ ଚଳାଇବାରେ ସମସ୍ୟା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details