ଓଡିଶା

odisha

By

Published : Jul 10, 2020, 9:11 PM IST

ETV Bharat / city

କୋରୋନା ମୁକାବିଲାରେ ରାଜ୍ୟକୁ ସଫଳତା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ବେଶ ସଫଳତାର ସହ କୋରୋନା ମୁକାବିଲା କରି ଚାଲିଛି ଓଡିଶା । ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ 565 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଏବେ ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

corona situation in odisha, corona update in odisha, corona recoveries in odisha, cm naveen pattnaik, cm's tweet, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସୁସ୍ଥତା ହାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ
କୋରୋନା ମୁକାବିଲାରେ ରାଜ୍ୟକୁ ସଫଳତା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବେଶ ସଫଳତାର ସହ କୋରୋନା ମୁକାବିଲା ଜାରି ରଖିଛି ଓଡିଶା । ସ୍ବାସ୍ଥ୍ୟସେବାର ଉନ୍ନତ ଯୋଜନା ସହ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ସେବା ମନୋବୃତ୍ତି ପାଇଁ ସୁଧୁରିବାରେ ଲାଗିଛି ରାଜ୍ୟରେ କୋରୋନା ସ୍ଥିତି । ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ 565 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଦୈନିକ ସର୍ବାଧିକ ସୁସ୍ଥର ରେକର୍ଡ । ଆଉ ଏଥିପାଇଁ ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋରୋନା ମୁକାବିଲାରେ ରାଜ୍ୟକୁ ସଫଳତା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଏକ ଟ୍ବିଟ ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏହି ସଫଳତା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ସଲମ କରିବା ସହ ଧନ୍ୟବାଦ ଜଣାଇଥିଲେ । କେବଳ ଶୁକ୍ରବାର ନୁହେଁ ଗତ ତିନି ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଥିବା ଦେଖାଯାଉଛି । ଯେଉଁଥିରେ ରାଜ୍ୟବାସୀଙ୍କ ସହଯୋଗକୁ ମଧ୍ୟ ନବୀନ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଏହି ପ୍ରକ୍ରିୟା ଜାରି ରହୁ ବୋଲି ସେ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details