ଭୁବନେଶ୍ବର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA)ର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଭୁବନେଶ୍ୱରସ୍ଥିତ ଟେକ୍ସ୍ୱର୍ ମାନେଜମେଣ୍ଟ ସରଭିସେସ ପ୍ରାଇଭେଟ୍ ଲିମିଟେଡ୍ ସ୍କିଲ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନ କରିଛନ୍ତି । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକଯୁବତୀଙ୍କ ସହ ସେ ଆଲୋଚନା କରିଛନ୍ତି ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ଜଣ ଯୁବକଯୁବତୀ “ସଂକଳ୍ପ” ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଣାଳୟର ଜୀବିକା ପ୍ରୋତ୍ସାହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତ୍ତିକ ଏକ କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ ।