ଭୁବନେଶ୍ବର: ସରକାରୀ ବାବୁଙ୍କ ନିଆରା ପ୍ରୟାସ । ନିଜ ବାଲୁକା କଳା ମାଧ୍ୟମରେ ରାଜଧାନୀବାସୀଙ୍କୁ ବାଣ୍ଟିଲେ ସଚେତନତାର ବାର୍ତ୍ତା ।
ବାଲୁକା କଳାରେ ସଚେତନତାର ବାର୍ତ୍ତା ଆଜି(ବୁଧବାର) ଠାରୁ ସରକାର ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା କସିଛନ୍ତି । କୌଣସି ବି ସ୍ଥାନରେ ପ୍ଲାଷ୍ଟିକର ବ୍ୟବାହାର ଦେଖାଯାଏ ତାକୁ ଫାଇନ ଦେବାକୁ ପଡିବ ବୋଲି ମଧ୍ୟ କୁହାଯାଇଛି ।
ତେବେ ଏହି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ରାଜଧାନୀର ସୁବଳ ମହାରଣା । ଜଣେ ସରକାରୀ ବ୍ୟାଙ୍କ କର୍ମଚାରୀ ହେଲେ ସୁଦ୍ଧା ନିଶା ତାଙ୍କର କିଛି ଅଲଗା । ସୁବଲ 5 ଟନ ବାଲି ବ୍ୟବହାର କରି ବାଲୁକାରେ ତିଆରି ଏକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢିବା ପାଇଁ ରାଜଧାନୀ ବାସୀଙ୍କୁ ସଚେତନ କରାଇଛନ୍ତି । ସୁବଳଙ୍କ ଏହି ନିଆର ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଇଟିଭି ଭାରତ