ଭୁବନେଶ୍ବର: କୋରୋନା ମହାମାରୀ ନେଇ ଦେଶବ୍ୟାପୀ ଚାଲିଛି ଟୀକାକରଣ । ବରିଷ୍ଠ ନାଗରିକଙ୍କଠାରୁ ନେଇ ଯୁବକଙ୍କୁ ଦିଆଯାଉଛି ଟିକା । ତେବେ ଶିଶୁମାନଙ୍କୁ ଟିକା ଦିଆଯିବା ନେଇ ଅନୁଧ୍ୟାନ କରାଯାଉଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି ସେ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଟୀକାକରଣ 100% ସୁରକ୍ଷା ଦେଉନାହିଁ । ଟିକା ନେଲେ ବି ସଂକ୍ରମିତ ହେବା ଆଶଙ୍କା ରହୁଛି । ସର୍ଭେ ମୁତାବକ ଏହି ସଂକ୍ରମଣର ସଂଖ୍ୟା ବହୁତ କମ । ଟିକା ନେବା ପରେ ବି ଆମକୁ କୋଭିଡ ନିୟମ ମାନିବାକୁ ହେବ । ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାକୁ ପଡିବ । ଟିକା ଓ କୋଭିଡ ନିୟମ ମାନିଲେ ହିଁ କୋରୋନାଠୁ ଦୂରରେ ରହି ପାରିବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।