ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପୂର୍ବ ମାର୍କ ବିଚାରକୁ ନେଇ ଉପର ଶ୍ରେଣୀକୁ ହେବେ ଉତ୍ତୀର୍ଣ୍ଣ । କୋଭିଡ-19 ପାଇଁ ରାଜ୍ୟରେ ଲାକଡାଉନ ହୋଇଛି । ଲାକଡାଉନ ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । ଏନେଇ ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି ।
ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଉତ୍ତୀର୍ଣ୍ଣ ହେବେ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 19-20 ଶିକ୍ଷା ବର୍ଷରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଠାତ୍ରୀ ପାସ ହେବେ । ଇତିମଧ୍ୟରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଶେଷ ହୋଇଛି । ସେ କ୍ଷେତ୍ରରେ ପରୀକ୍ଷାରେ ରହିଥିବା ନମ୍ବର ବିଚାରକୁ ନେଇ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ କୌଣସି ଯଥାର୍ଥ କାରଣ ବଶତଃ ପରୀକ୍ଷା ଦେଇ ପାରିନଥିଲେ ସେ କ୍ଷେତ୍ରରେ ପୂର୍ବରୁ ୟୁନିଟ ଟେଷ୍ଟ ପରୀକ୍ଷା ଫଳକୁ ଦ୍ରୁଷ୍ଟିକୁ ନେଇ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ ।