ଓଡିଶା

odisha

ETV Bharat / city

ସେମିଷ୍ଟାର ବାତିଲ ଦାବିରେ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ - ବିକ୍ଷୋଭ

ବ୍ୟାକ ପେପର ଓ ସେମିଷ୍ଟାର ବାତିଲ କରିବାକୁ ଦାବି କରି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଶତାଧିକ ଛାତ୍ର ବିକ୍ଷୋଭରେ ସାମିଲ ହୋଇ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କୁ ବିରୋଧରେ ନାରା ଦେଇଛନ୍ତି । ଅଧିକ ପଢନ୍ତୁ...

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ
ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ

By

Published : Oct 21, 2021, 1:26 PM IST

ଭୁବନେଶ୍ବର: ରାଜରାସ୍ତାରେ ଡିପ୍ଲୋମା ଛାତ୍ରଛାତ୍ରୀ । ବ୍ୟାକ ପେପର ଓ ସେମିଷ୍ଟାର ବାତିଲ କରିବାକୁ ଦାବି କରି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଶତାଧିକ ଛାତ୍ର ବିକ୍ଷୋଭରେ ସାମିଲ ହୋଇ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କୁ ବିରୋଧରେ ନାରା ଦେଇଛନ୍ତି ।

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ

ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଭୁବନେଶ୍ବର ୟୁନିଟ ୧ ସ୍ଥିତ ସରକାରୀ ବାସଭବନ ଆଗରେ ଧାରଣାରେ ବସି ରାସ୍ତାରୋକ କରିଛନ୍ତି । ଅନଲାଇନ ପାଠପଢାକୁ ନେଇ ପିଲା ସନ୍ତୁଷ୍ଟ ନାହାନ୍ତି । ଯେଉଁମାନେ ତୃତୀୟ ସେମିଷ୍ଟାର ପାଠ ପଢିଲେଣି ସେମାନେ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇଛି । ତେଣୁ ତୃତୀୟ ସେମିଷ୍ଟାରକୁ ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ପିଲାଙ୍କୁ ସାର୍ଟିଫିକେଟ ପ୍ରଦାନ କରିବାକୁ ଦାବି ଜୋର ଧରିଛି ।

ଏନେଇ ବାରମ୍ବାର ଅନ୍ଦୋଳନ ହୋଇଥିଲେ ବି ଉପଯୁକ୍ତ ପଦକ୍ଷେପ ଗ୍ରହଣ ହୋଇନଥିବା କହିଛନ୍ତି ଛାତ୍ରଛାତ୍ରୀ । ଲଗାତାର ଅନୁରୋଧ ପରେ ମଧ୍ୟ ସରକାରଙ୍କ ନୀରବାତ ଓ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସରକାର । ଏହାର ଜବାବ ମାଗି ମହା ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details