ଓଡିଶା

odisha

ETV Bharat / city

ହଷ୍ଟେଲ ଫି’ ଛାଡକୁ ନେଇ ତାତିଲେ ବାଣୀବିହାର ଛାତ୍ରୀ - utkal university hostel fee relief

ଫି’ ଛାଡ ଦାବି 200ରୁ ଅଧିକ ଛାତ୍ରୀ ୱାର୍ଡନ ଓ ଉତ୍କଳ ବିଶ୍ବବିଦ୍ୟାଳୟର ଚେୟାରମ୍ୟାନଙ୍କୁ ପିଜି କାଉନସିଲ କାର୍ଯ୍ୟାଳୟରେ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ହଷ୍ଟେଲ ଫି’ ଛାଡ କୁ ନେଇ ତାତିଲେ ବାଣୀବିହାର ଛାତ୍ରୀ
ହଷ୍ଟେଲ ଫି’ ଛାଡ କୁ ନେଇ ତାତିଲେ ବାଣୀବିହାର ଛାତ୍ରୀ

By

Published : Feb 8, 2021, 2:57 PM IST

ଭୁବନେଶ୍ବର: ବାଣୀ ବିହାରରେ ଛାତ୍ରୀ ଅଶାନ୍ତି । ହଷ୍ଟେଲ ଫି’ ଛାଡକୁ ନେଇ ତାତିଲେ ବାଣୀବିହାର ଛାତ୍ରୀ । ଫି’ ଛାଡ ଦାବିରେ ପିଜି କାଉନସିଲ ଅଫିସକୁ ଘେରାଉ କଲେ ଛାତ୍ରଛାତ୍ରୀ । ହଷ୍ଟେଲରେ ବିଭିନ୍ନ ଅସୁବିଧାର ସମାଧାନ ଓ ହଷ୍ଟେଲ ଫି’ ଛାଡ ଦାବି କରିଛନ୍ତି ।

କୋରୋନା ପାଇଁ ଦୀର୍ଘ 10 ମାସ ପରେ ସ୍କୁଲ ଓ କଲେଜ ଖୋଲିଛି । ହଷ୍ଟେଲ ଛାତ୍ରଛାତ୍ରୀମାନେ ଆରମ୍ଭରୁ ଫି’ ଛାଡ ପାଇଁ ଦାବି କରିଆସୁଥିଲେ । ହେଲେ ବାରମ୍ବାର ହଷ୍ଟେଲ ଫି’ ମଗାଯାଉଛି । ଯାହାକୁ ନେଇ ଆଜି ଛାତ୍ରୀମାନେ ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି ।

ହଷ୍ଟେଲ ଫି’ ଛାଡକୁ ନେଇ ତାତିଲେ ବାଣୀବିହାର ଛାତ୍ରୀ

ସୂଚନାଯୋଗ୍ୟ, ଛାତ୍ରୀନିବାସ 6 ଏବଂ 7ର ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ପ୍ରାୟ 200ରୁ ଅଧିକ ଛାତ୍ରୀ ୱାର୍ଡନ ଓ ଉତ୍କଳ ବିଶ୍ବବିଦ୍ୟାଳୟର ଚେୟାରମ୍ୟାନଙ୍କୁ ପିଜି କାଉନସିଲ କାର୍ଯ୍ୟାଳୟରେ ଘେରାଉ କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସେମାନେ ଅଡି ବସିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details