ଓଡିଶା

odisha

ETV Bharat / city

ଜିଦରେ ଅଟଳ ଯୁକ୍ତ 2 ଛାତ୍ରଛାତ୍ରୀ, ଘେରିଲେ କାଉନସିଲ ଅଫିସ

ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ରାସ୍ତାକୁ ଆସି ପ୍ରତିବାଦ କରୁଥିବା ବେଳେ ବୁଧବାର ସେମାନେ ଯୁକ୍ତ ଦୁଇ କାଉନସିଲ ଅଫିସ ଘେରାଉ କରିଛନ୍ତି। ଅଧିକ ପଢନ୍ତୁ...

By

Published : Jan 22, 2020, 4:27 PM IST

ଯୁକ୍ତ 2 ପରୀକ୍ଷାକୁ ନେଇ କାଉନସିଲ ଅଫିସ ଘେରିଲେ ଛାତ୍ରଛାତ୍ରୀ
ଯୁକ୍ତ 2 ପରୀକ୍ଷାକୁ ନେଇ କାଉନସିଲ ଅଫିସ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ 33 ପ୍ରତିଶତ ପାସ୍‌ ହେଲେ ଛାତ୍ରଛାତ୍ରୀ ଦ୍ଵିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବେ ବୋଲି ମନ୍ତ୍ରୀ କହିବା ପରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି।

ଯୁକ୍ତ 2 ପରୀକ୍ଷାକୁ ନେଇ କାଉନସିଲ ଅଫିସ ଘେରିଲେ ଛାତ୍ରଛାତ୍ରୀ

ଏହାକୁ ନେଇ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ରାସ୍ତାକୁ ଆସି ପ୍ରତିବାଦ କରୁଥିବା ବେଳେ ବୁଧବାର ସେମାନେ ଯୁକ୍ତ ଦୁଇ କାଉନସିଲ ଅଫିସ ଆସି ଘେରାଉ କରିଛନ୍ତି।

ମନ୍ତ୍ରୀ ସମୀର ଦାଶ ତାଙ୍କ ନିଷ୍ପତ୍ତିରୁ ଓହରି ଯିବା ସହ ଏହା ଆସନ୍ତା ବର୍ଷରୁ ଲାଗୁ ହେବ ବୋଲି କହିଥିଲେ। ମାତ୍ର ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ କଥାକୁ ବିଶ୍ୱାସକୁ ନନେଇ ବୁଧବାର କାଉନ୍ସିଲ ଅଫିସ ଘେରାଓ କରିଥିଲେ।

କାଉନ୍ସିଲ ପରୀକ୍ଷା ନିୟନ୍ତ୍ରକ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଏଥିରୁ ଓହରି ଯାଇଛନ୍ତି । ନିୟନ୍ତ୍ରକ ବିଜୟ ସାହୁଙ୍କ ସୂଚନା ଅନୁସାରେ, ପ୍ରଥମ ବର୍ଷର ଏହି ପରୀକ୍ଷା କାଉନ୍ସିଲ ଦ୍ୱାରା ନହୋଇ କଲେଜ ଦ୍ୱାରା ଅନୁଷ୍ଠିତ ହେବ ବୋଲି କହିଛନ୍ତି। ଏଥିପାଇଁ ଏକ ନିର୍ଦ୍ଧାରିତ ସମୟ ଘୋଷଣା କରାଯିବ । ଯାହାଫଳରେ ସବୁ କଲେଜର ପରୀକ୍ଷା ଏକ ସାଙ୍ଗରେ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ପ୍ରତିଶତ ରଖିବାର କାରଣ ହେଉଛି ପିଲାମାନଙ୍କ ଯୋଗ୍ୟତାରେ ପାରଦର୍ଶିତା ଆଣିବା । ଏହାସହ ଛାତ୍ରଛାତ୍ରୀ ସର୍ବଭାରତୀୟ ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଥିବାରୁ ଏହି ସମୟରେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details