ଭୁବନେଶ୍ବର : ‘ମୋ ସରକାର ଗରିବଙ୍କ ପାଇଁ ସମର୍ପିତ’ । ଏହି ଉକ୍ତିଟି ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ସମୟରେ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଥିଲେ । ଗତ ୭ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ଗରୀବଙ୍କ ବିକାଶ ପାଇଁ ବହୁ କାର୍ଯ୍ୟ କରି ଆସୁଛନ୍ତି । ବିଶେଷ ଭାବେ ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସରଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ କରିଛନ୍ତି ବୋଲି କହିଛନ୍ତି ବିଜେପି OBC ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ।
‘AIQ ଯୋଜନାରେ ଓଡିଶା ଭଳି ପଛୁଆ ରାଜ୍ୟର ଛାତ୍ରଛାତ୍ରୀ ସର୍ବାଧିକ ଉପକୃତ ହେବେ’ - modi govt
‘AIQ ଯୋଜନାରେ ବିଶେଷ ଲାଭାନ୍ବିତ ହେବେ ଓଡିଶା ପରି ପଛୁଆ ରାଜ୍ୟ । କେନ୍ଦ୍ର ସରକାର ଓ ମୋଦିଙ୍କୁ ଧନ୍ୟବାଦ ଦେଲେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ...
ଅର୍ଥର ଅଭାବ ପାଇଁ ଗରିବ ଛାତ୍ରଛାତ୍ରୀ ଆଉ ଉଚ୍ଚ ଶିକ୍ଷା ପ୍ରାପ୍ତରୁ ବଞ୍ଚିତ ହେବେ ନାହିଁ । ଚଳିତ ଶିକ୍ଷା ବର୍ଷରୁ ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକତୋରରେ AIQ ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାର ଏହି ଐତିହାସିକ ନିଷ୍ପତି ନେଇଛନ୍ତି । ଏହା ଦ୍ବାରା ଓଡିଶା ଭଳି ପଛୁଆ ରାଜ୍ୟର ଛାତ୍ରଛାତ୍ରୀ ସର୍ବାଧିକ ଉପକୃତ ହୋଇପାରିବେ । ରାଜ୍ୟର ପଛୁଆ ବର୍ଗ ଓ ଅର୍ଥନୈତିକ ଅନଗ୍ରସରମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଯୁଗାନ୍ତକାରୀ ପଦକ୍ଷେପ ବୋଲି OBC ମୋର୍ଚ୍ଚା ରାଜ୍ୟ ସଭାପତିସୁରଥ ବିଶ୍ବାଳ ଖୁସି ବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଓ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସୁରଥ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ