ଓଡିଶା

odisha

ETV Bharat / city

ପିଲାଙ୍କ ଭବିଷ୍ୟତ ଶହ ଖେଳୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ ! ଫି ପାଇଁ ଦିଆଯାଉଛି ନିର୍ଯାତନା - ଭୁବନେଶ୍ବରର ଘରୋଇ ଶିକ୍ଷାନୁଷ୍ଠାନ

ପିଲାଙ୍କ ଭବିଷ୍ୟତ ଶହ ଖେଳୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ ! ଦିନକୁ ଦିନ ବାଢୁଛି ଘରୋଇ ଶିକ୍ଷାନୁଷ୍ଠାନର ମନମାନି । କେଉଁଠି ପିଲାଙ୍କୁ ହାରସମେଣ୍ଟ କରାଯାଉଛି ତ ଆଉ କେଉଁଠି ମାଡ ମାରିବା ଶହ ପିଲାଙ୍କୁ ଦୀର୍ଘ ସମୟ ଧରି ଏକ କୋଠରୀରେ ବନ୍ଦ କରି ରଖାଯାଉଛି । ଏଭଳି ଅନେକ ଅଭିଯୋଗ ନଜରକୁ ଆସିଛି । ନା କେହି ଆକଟ କରିବାକୁ ଅଛନ୍ତି ନା ବିଭାଗ ପକ୍ଷରୁ କରାଯାଉଛି କୌଣସି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ପିଲାଙ୍କର ଭବିଷ୍ୟତ ଶହ ଖେଳୁଛନ୍ତି କି ଘରୋଇ ଶିକ୍ଷାନୁଷ୍ଠାନ ! ଫି ପାଇଁ ଦିଆଯାଉଛି ନିର୍ଯାତନା
ପିଲାଙ୍କର ଭବିଷ୍ୟତ ଶହ ଖେଳୁଛନ୍ତି କି ଘରୋଇ ଶିକ୍ଷାନୁଷ୍ଠାନ ! ଫି ପାଇଁ ଦିଆଯାଉଛି ନିର୍ଯାତନା

By

Published : Sep 6, 2022, 8:15 PM IST

ଭୁବନେଶ୍ବର:ଦିନକୁ ଦିନ ବଢିଲାଣି ଘରୋଇ ଶିକ୍ଷାନୁଷ୍ଠାନରେ ନିର୍ଯାତନା । ପିଲାଙ୍କ ଭବିଷ୍ୟତ ଶହ ଖେଳୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ସେ ସ୍କୁଲ ହେଉ ଅବା କଲେଜ ହେଉ । ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ମାଡ ମାରିବା ଶହ ରାଗିଂ ହେଉଥିବା ଅଭିଯୋଗ ହେଉଛି । କିଏ ଘଣ୍ଟା ଘଣ୍ଟା ଧରି ଛୋଟ ପିଲାଙ୍କୁ ବନ୍ଦ କରି ରଖୁଛନ୍ତି ତ ଆଉ କିଏ ନିର୍ଯାତନା ଦେଉଛନ୍ତି । ଏପଟେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି ଯେ, "ସବୁ ସ୍କୁଲରେ ପ୍ରାୟ ଏଭଳି ଘଟଣା ଘଟୁଛି । ଏନେଇ ଅଭିଯୋଗ ମଧ୍ୟ ରହିଛି । ଚାଇଲ୍ଡ ରାଇଟ ଠାରୁ ଆରମ୍ଭ କରି ମାନବାଧିକାର କମିଶନ ପାଖରେ ମଧ୍ୟ ଏନେଇ ଅଭିଯୋଗ ରହିଛି । ଏନେଇ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କରାଯାଇଛି । କିନ୍ତୁ ପ୍ରତିଷ୍ଠିତ ଲୋକେ ପ୍ରାଇଭେଟ ସ୍କୁଲ ଚଳାଉଛନ୍ତି । ସରକାରଙ୍କ ନିକଟରେ ଏମାନଙ୍କର ପ୍ରଭାବ ରହିଛି । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।"

ପିଲାଙ୍କର ଭବିଷ୍ୟତ ଶହ ଖେଳୁଛନ୍ତି କି ଘରୋଇ ଶିକ୍ଷାନୁଷ୍ଠାନ ! ଫି ପାଇଁ ଦିଆଯାଉଛି ନିର୍ଯାତନା

ବେସରକାରୀ ସ୍କୁଲର ମନମାନି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ପୀଡିତ ଛାତ୍ରଛାତ୍ରୀଙ୍କ ଅଭିଭାବକ । ଅଭିଭାବିକା ସାଗରିକା ଚୌଧୁରୀ କହିଛନ୍ତି, "ମୋ ଛୁଆ ସହ ୪୦/୫୦ ଛୁଆଙ୍କୁ ଲକ୍ କରି ରଖିଛନ୍ତି । ସ୍କୁଲ ଆୱାର ୯.୩୦ରୁ ୨.୩୦ ପର୍ଯ୍ୟନ୍ତ ଲକ୍ କରି ରଖିଥିଲେ । ସେମାନଙ୍କୁ ଖାଇବା ପିଇବା କି ଟୟଲେଟ ଯିବାପାଇଁ ମଧ୍ୟ ଛଡାଯାଇନି । ସେମନଙ୍କ କହିବା କଥା ଫିଜ ଦିଆଯାଇନି । ମାତ୍ର ଆମେ ଫିଜ ଦେଇଛୁ ।" ଅଭିଭାବକ ରାମକୃଷ୍ଣ ପଣ୍ଡା କହିଛନ୍ତି, "ଏନେଇ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ରହିବା କଥା ନୋ ୱାନ ଟର୍ଚ୍ଚର ଦ ଷ୍ଟୁଡେଣ୍ଟ । ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା ହୋଇଛି ହେଲେ ପିଲାଙ୍କୁ ନିର୍ଯାତନା ଦିଆଯାଉଛି । ପିଲାମାନେ ଅସୁବିଧା କଲେ ପେରେଣ୍ଟକୁ ଜଣାଇବା କଥା । କିନ୍ତୁ ଏସବୁ ହେଉନାହିଁ ।"

ସେହିପରି ଏପଟେ ମନସ୍ତତ୍ବବିତ ଅମ୍ରିତ ପାଠଜୋଶୀ କହିଛନ୍ତି ଯେ, "ଏହାଦ୍ବାରା ଶିଶୁର ମାନସିକ ସ୍ଥିତି ଉପରେ ଚାପ ପକାଇଥାଏ । ଏହା ଏକ ଧର୍ତ୍ତବ୍ୟ ଅପରାଧ । ଏଭଳି କରାଯିବା ଠିକ ନୁହେଁ । ପିଲାଙ୍କୁ ରାଗିଂ କାଲେ ପିଲାମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଭବିଷ୍ୟତକୁ ନେଇ ସବୁବେଳେ ପିଲାଙ୍କ ଡର ରହିବ । କିଛି ପିଲା ଡିପ୍ରେସ ହୋଇ ପଡୁଛନ୍ତି । କିଛି ପିଲାମାନେ ସୁଇସାଇଡ ମଧ୍ୟ କରିଥାନ୍ତି । ଆଉ କେତେକ ପିଲାମାନେ ନିଶାକୁ ଆପଣାଇଥାନ୍ତି । ଏହା ଦ୍ଵାରା ସ୍କୁଲ ଓ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବ ବୋଲି କହିଛନ୍ତି ।"

ସୂଚନା ଅନୁଯାୟୀ, ପୂର୍ବରୁ 2015 ମସିହାରେ ଓ ପରବର୍ତ୍ତୀ ସମୟରେ 2018 ମସିହାରେ ଏନ.ସି.ପି.ସି.ଆର ମଧ୍ୟ ଏ ସଂକ୍ରାନ୍ତିୟ ନିର୍ଦେଶନାମl ଓ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ କି ସ୍କୁଲ ଫିଜ ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ କେବଳ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବେ । ଏଥିସହ ପିଲାମାନଙ୍କୁ ଏ ସଂକ୍ରାନ୍ତୀୟ ଆଲୋଚନାରୁ ଦୁରେଇ ରଖିବା ପାଇଁ ବିଭାଗ ବିହିତ ପଦକ୍ଷେପ ନେବେ । ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଉତ୍ତର ଦାୟୀତ୍ବ ବହନ କରିବା ସହିତ ଆଇନ ଖିଲାପକାରୀ ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ l

ତେବେ ଆଗରୁ ମଧ୍ୟ କରୋନା ମହାମାରୀ ସମୟରେ ଅନେକ ପ୍ରାଇଭେଟ ସ୍କୁଲ ପିଲାଙ୍କୁ ଫିଜ ପାଇଁ ସ୍କୁଲରୁ ବାହାର କରିଦେବା, ପରୀକ୍ଷାରୁ ବଞ୍ଚିତ ରଖିବା, ଅନଲାଇନ କ୍ଲାସରୁ ବାହାର କରିବା, ମାନସିକ ନିର୍ଯାତନା ଦେବା, ସ୍କୁଲ ବସରୁ ପିଲାଙ୍କୁ ଓହ୍ଲାଇ ଦେବା ଭଳି ଅନେକ ମାମଲା ସlମନାକୁ ଆସିଛି l ଏଭଳି ବେଆଇନ କାର୍ଯ୍ୟ କରିଥିବା ସ୍କୁଲର ପ୍ରିନ୍ସିପାଲଙ୍କୁ ଜଷ୍ଟିସ ଜୁଭେନାଇଲ ଆକ୍ଟର ଉଲ୍ଲଙ୍ଘନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details