ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ର ଅସନ୍ତୋଷ - exam shedule

ଯୁକ୍ତ 3 ପରୀକ୍ଷା ସୂଚୀକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ତୁରନ୍ତ ଏହାର ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି ସେମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Apr 22, 2019, 10:06 PM IST

ଭୁବନେଶ୍ବର: ଯୁକ୍ତ 3 ପରୀକ୍ଷା ସୂଚୀକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ଏନେଇ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରଛାତ୍ରୀ । ତୁରନ୍ତ ଏହାର ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ମୁତାବକ, ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ 3ର ଚତୁର୍ଥ ସେମିଷ୍ଟାର ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ଆସନ୍ତା ମେ ମାସ 4 ରୁ 12 ତାରିଖ ଭିତରେ ଲିଖିତ ପରୀକ୍ଷା ପାଇଁ ନିର୍ଦ୍ଧାରଣ କରାଯାଇଥିବା ବେଳେ ଜୁନ 17 ରୁ 22 ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସୂଚୀରେ ଉଲ୍ଲେଖ ରହିଛି । ତେବେ ଏହାକୁ ବିରୋଧ କରିଛନ୍ତି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଛାତ୍ରଛାତ୍ରୀ । ଗତ ଜାନୁଆରୀ 31 ତାରିଖରେ ତୃତୀୟ ସେମିଷ୍ଟାର ଶେଷ ହୋଇଥିଲା । ଏହା ପରେ ବିଭିନ୍ନ ପରୀକ୍ଷା, ଛୁଟି ଓ ଖାତାଦେଖା ହେବା ଫଳରେ ଆବଶ୍ୟକ ଅନୁଯାୟୀ କ୍ଳାସ ହୋଇ ପାରିନାହିଁ । ଫଳରେ ପାଠ୍ୟକ୍ରମ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ରୂପେ ଶେଷ ହୋଇ ନଥିବା ଅଭିଯୋଗ କରିଛନ୍ତି ସେମାନେ ।

ତେଣୁ ପରୀକ୍ଷା ତାରିଖ ବଦଳାଇ ନୂତନ ତାରିଖ ପ୍ରକାଶ କରିବା ସହିତ ଇତି ମଧ୍ୟରେ ପାଠ୍ୟକ୍ରମ ଶେଷ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ତେବେ କୁଳପତିଙ୍କ ସହିତ ଛାତ୍ରଛାତ୍ରୀଙ୍କ ଆଲୋଚନା ପରେ ପରୀକ୍ଷାରେ ପରିବର୍ତ୍ତନ କରିବାକୁ କଲେଜ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି । ଏନେଇ ମହାବିଦ୍ୟାଳୟ ପକ୍ଷରୁ ପାଠ୍ୟକ୍ରମ ଶେଷ ହୋଇ ନ ଥିବା ଲିଖିତ ଆକାରରେ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details