ଓଡିଶା

odisha

By

Published : Apr 12, 2022, 4:07 PM IST

ETV Bharat / city

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେବି କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ତେବେ ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ
ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେବି କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ତେବେ ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ । ଘଟଣାକୁ ନିନ୍ଦା କରିବା ସହ ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

ସେହିପରି ଭଦ୍ରକ ପରେ ଭୁବନେଶ୍ୱରରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ରାକେଟ ସକ୍ରିୟ ଥିବା ଜଣାପଡିଛି । ବିଜେବି କଲେଜରୁ ମୋଟ ୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କଲେଜ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଘଟଣାରେ ୩ଜଣ ଦଲାଲଙ୍କୁ ବଡଗଡ଼ ଥାନା ଗିରଫ କରିଛି । ତେବେ ଏହି ଭଳି ଘଟଣା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ହୋଇଥିବା ଅନୁମାନ କରିଛି ଛାତ୍ର କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details