ଓଡିଶା

odisha

By

Published : Sep 21, 2019, 6:33 AM IST

ETV Bharat / city

ଟ୍ରାଫିକ ସଚେତନତା ପାଇଁ ମହିଳାଙ୍କ ବାଇକ ରାଲି

ନୂତନ ଟ୍ରାଫିକ ନିୟମ କୁ ନେଇଓଡିଶା ମହିଳା ଦୁଃସାହାସୀକ କ୍ଲବ ପକ୍ଷରୁ ଆସନ୍ତା 22 ତାରିଖରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ସେହିପରି ଶୁକ୍ରବାର ବ୍ରହ୍ମପୁର ସହରର ମହାମୟୀ ମହିଳା ମହାବିଦ୍ୟାଳୟ ଠାରେ ଏନ୍.ଏସ୍.ଏସ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନଧି, ଭୁବନେଶ୍ବର

ଭୁବନେଶ୍ବର/ବ୍ରହ୍ମପୁର: ନୂତନ ଟ୍ରାଫିକ ନିୟମ କୁ ନେଇ ସବୁଠି ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଭୁବନେଶ୍ବରରେ ମହିଳା ବାଇକର ମାନେ ରାଲି କରିବାକୁ ଥିବାବେଳେ ବ୍ରହ୍ମପୁରରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନଧି, ଭୁବନେଶ୍ବର

ଓଡିଶା ମହିଳା ଦୁଃସାହାସୀକ କ୍ଲବ ପକ୍ଷରୁ ଆସନ୍ତା 22 ତାରିଖରେ ଏକ ବିଶାଳ ମହିଳା ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ଭୁବନେଶ୍ବରରେ ମହିଳା ବାଇକର କରିବେ ଟ୍ରାଫିକ ସଚେତନତା । ମାଷ୍ଟରକ୍ୟାଣ୍ଟିନରୁ ଭାୟା ବାଣୀବିହାର, ଆଚାର୍ଯ୍ୟ ବିହାର ଦେଇ ରବିନ୍ଦ୍ରମଣ୍ଡପ ନିକଟରେ ପହଞ୍ଚିବ ରାଲି ଏହି ରାଲି । ଯାହାର ମୁଖ୍ୟ ଉଦେଶ୍ୟ ନୂଆ ମୋଟର ଯାନ ନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ଟ୍ରାଫିକ ନିୟମ ପାଳନ କରିବା।

ପ୍ରତ୍ୟେକ ପରିବାରର ମହିଳାମାନଙ୍କୁ ସଚେତନ କରିବା ସହିତ ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ଗାନ୍ଧୀ ବିଚାରଧାରାକୁ ଉଜ୍ଜୀବିତ କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନ କରାଯାଉଥିବା କ୍ଲବର ସମ୍ପାଦିକା ମଧୁସ୍ମିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଶୋଭାଯାତ୍ରାରେ ଟ୍ରାଫିକ ଡିସିପି ସାଗରିକା ନାଥ ଯୋଗଦେବାକୁ ଥିବାବେଳେ ପାଖାପାଖି 300 ମହିଳା ବାଇକର ଏଥିରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସେହିପରି ବ୍ରହ୍ମପୁର ସହରର ମହାମୟୀ ମହିଳା ମହାବିଦ୍ୟାଳୟ ଠାରେ ଏନ୍.ଏସ୍.ଏସ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି ଯୋଗ ଦେଇଥିବା ବେଳେ ନୂତନ ଟ୍ରାଫିକ ନିୟମ ସଂପର୍କରେ ଛାତ୍ରୀ ମାନଙ୍କୁ ବୁଝାଯିବା ଏହାକୁ ସମସ୍ତେ ଗୁରୁତର ସହ ପ୍ରତ୍ୟେକ କାର୍ଯ୍ୟକାରୀ କରିବାକୁ ଆହ୍ବାନ କରାଯାଇଥିଲା । ଏଥିରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details