ଓଡିଶା

odisha

ETV Bharat / city

ପଞ୍ଚାୟତରେ ଶସ୍ୟ ଭଣ୍ଡାର ଗଠନ ଦାବି କଲା କଳିଙ୍ଗ ସେନା

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଶସ୍ୟ ଭଣ୍ଡାର ଦାବି ନେଇ ଆଜି ରାଜ୍ୟ କୃଷି ଭବନ ସମ୍ମୁଖରେ ଧାରଣା ଦେଇଛନ୍ତି କଳିଙ୍ଗ ସେନା । ଉଭୟ ବିରୋଧୀ ଦଳ ଓ ଶାସକ ଦଳର ସଭ୍ୟମାନେ ଏହାକୁ ବିଧାନସଭାରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 24, 2020, 6:11 PM IST

strike by kalingasena
ଶସ୍ୟ ଭଣ୍ଡାର ଗଠନ ଦାବି କଲା କଳିଙ୍ଗ ସେନା

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଶସ୍ୟ ଭଣ୍ଡାର ହେଉ। ଯାହା ଫଳରେ ଚାଷୀମାନେ ଅନେକ ସୁଫଳ ପାଇବା ସହିତ ଏହା ବେକାରୀ ହ୍ରାସରେ ଅନେକ ପରିମାଣରେ ସହାୟକ ହେବ ବୋଲି ଦାବି କରିଛି କଳିଙ୍ଗ ସେନା। ଏନେଇ ଆଜି ସେନା ପକ୍ଷରୁ ରାଜ୍ୟ କୃଷି ଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଧାରଣାରେ କଳିଙ୍ଗ ସେନା

ରାଜ୍ୟ ସରକାର ଯଦି ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ସେନାର 8 ଦଫା ଦାବିକୁ କାର୍ଯ୍ୟକାରୀ କରନ୍ତୁ ବୋଲି ସୂଚନା ଦେଇଛନ୍ତି ସେନାର ସାଧାରଣ ସମ୍ପାଦକ ସ୍ବତୀଶ ରଞ୍ଜନ ସାହୁ। ଏହାକୁ ନେଇ ଉଭୟ ବିରୋଧୀ ଦଳ ଓ ଶାସକ ଦଳର ସଭ୍ୟମାନେ ବିଧାନସଭାରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



ABOUT THE AUTHOR

...view details