ଓଡିଶା

odisha

ETV Bharat / city

21 ବସ ଉପରେ କାର୍ଯ୍ୟାନୁଷ୍ଠାନ

ଯାତ୍ରୀଙ୍କ ଠାରୁ ସ୍ଥିରୀକୃତ ଭଡାଠୁ ଅଧିକ ଟଙ୍କା ଆଦାୟ କଲେ ପଡିବ ମହଙ୍ଗା । ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଛି ଗୁପ୍ତ ଅଭିଯାନ । ଯାତ୍ରୀଙ୍କ ଠାରୁ ମାତ୍ରାଧିକ ଅଧିକ ଭଡା ନେଉଥିବା ଧରାପଡିଲେ ବିଭାଗ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

21 ବସ ଉପରେ କାର୍ଯ୍ୟାନୁଷ୍ଠାନ
21 ବସ ଉପରେ କାର୍ଯ୍ୟାନୁଷ୍ଠାନ

By

Published : Feb 25, 2021, 10:09 PM IST

ଭୁବନେଶ୍ବର: ଯାତ୍ରୀଙ୍କ ଠାରୁ ସ୍ଥିରୀକୃତ ଭଡାଠୁ ଅଧିକ ଟଙ୍କା ଆଦାୟ କଲେ ପଡିବ ମହଙ୍ଗା । ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଛି ଗୁପ୍ତ ଅଭିଯାନ । ଯାତ୍ରୀଙ୍କ ଠାରୁ ମାତ୍ରାଧିକ ଅଧିକ ଭଡା ନେଉଥିବା ଧରାପଡିଲେ ବିଭାଗ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ରାଜ୍ୟରେ ବିଭିନ୍ନ ବସ ସ୍ଥିରୀକୃତ ଭଡାଠୁ ଅଧିକ ଭଡା ନେଉଥିବା ଅଭିଯୋଗ ଆସୁଥିଲା । ଏମିତି ଅଧିକ ଭଡା ପାଇଁ ଜୋରଜବରଦସ୍ତ କରୁଥିବା ନଜର ଆସୁଥିଲା । ଏଥିପାଇଁ ଯାତ୍ରୀଙ୍କୁ ବସ କର୍ମଚାରୀ ଆକ୍ରମଣ କରୁଥିବା ନଜର ରହିଛି । ଏମିତି ପୁଳାପୁଳା ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ପରିବହନ ବିଭାଗ ।

21 ବସ ଉପରେ କାର୍ଯ୍ୟାନୁଷ୍ଠାନ

ଯାତ୍ରୀଙ୍କ ଠାରୁ ଅଧିକ ଭଡା ନେଉଥିବା ବସ ଚିହ୍ନଟ କରିବା ଲାଗି ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ବିଭାଗ । ବିଭାଗଠୁ ନିର୍ଦ୍ଦେଶ ପାଇବା ପରେ ଆକ୍ସନ ମୁଡ଼ରେ ଆସିଛି ଆରଟିଓ । ଏମିତି ଜୋରଜବରଦସ୍ତ ଅଧିକ ଭଡା ଆଦାୟ କରୁଥିବା ବସକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୁବନେଶ୍ୱର ଆରଟିଓ ଓ କଟକ ଆରଟିଓ ।

21 ବସ ଉପରେ କାର୍ଯ୍ୟାନୁଷ୍ଠାନ

କଟକ ଏବଂ ଭୁବନେଶ୍ୱର RTOଙ୍କ ଦ୍ଵାରା ଅନେକ ଗୁପ୍ତ ଅଭିଯାନରେ ୨୧ ଟି ବସ ଅଧିକ ଭଡା ଆଦାୟ କରୁଥିବା ଜଣାପଡିଥିଲା । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଯଦି କୌଣସି ବସ ଅଧିକ ଭଡା ଆଦାୟକରନ୍ତି ତାହାଲେ STA Helpline: 18003451073 ରେ ଜଣାଇବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details