ଭୁବନେଶ୍ବର: ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣକୁ ଆହୁରି ବ୍ୟାପକ କରାଯିବ । ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସୋମବାର ଠାରୁ ସବୁ ସ୍ଥାନରେ ହିତାଧିକାରୀଙ୍କ ସମ୍ମିଳନୀ ହେବ। ଓ ଏହା 31ତାରିଖ ଯାଏଁ ଚାଲିବ ବୋଲି ସୂଚନା ରହିଛି । ଏଥିରେ ହିତାଧିକାରୀଙ୍କ ମତାମତ ନେବା, ଗୃହ ନିର୍ମାଣ, କିସ୍ତି, ଆମ ଘର ଆପ୍ ସଂକ୍ରାନ୍ତରେ ସଚେତନ କରାଯିବ ।
ମୁଖ୍ୟତଃ 5 ଗୋଟି ସ୍ତରରେ ଏହି ଯୋଜନାକୁ ତ୍ବରାନ୍ବିତ କରାଯିବ । ପ୍ରଶିକ୍ଷଣ, ହିତାଧିକାରୀ ସମ୍ମିଳନୀ, ଗୃହନିର୍ମାଣାର୍ଥ ମୂଳଦୁଆ ସ୍ଥାପନ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ, ଗୃହ ନିର୍ମାଣ ପାଇଁ କଞ୍ଚାମାଲ ଯୋଗାଇବା ଦାୟିତ୍ବ ଓ ସର୍ବଶେଷରେ ଗୃହପ୍ରବେଶ କାର୍ଯ୍ୟକ୍ରମ ।
ଅଗଷ୍ଟ 26 ତାରିଖ ଠାରୁ 31 ଯାଏଁ ହିତାଧିକାରୀ ସମ୍ମିଳନୀ ହେବ । 31 ଅଗଷ୍ଟ ଠାରୁ ସେପ୍ଟେମ୍ବର 7 ତାରିଖ ଯାଏଁ ଗୃହନିର୍ମାଣାର୍ଥ ମୂଳଦୁଆ ସ୍ଥାପନ ଅଭିଯାନ ।