ଭୁବନେଶ୍ବର:କ୍ରାଇମବ୍ରାଞ୍ଚ ଏସଟିଏଫ (STF) ହାତରେ ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା ।
କଲରାପତରିଆ ବାଘ ଛାଲ ବିକ୍ରି ବେଳେ ଜଣଙ୍କୁ ବାନ୍ଧିଲା STF
କ୍ରାଇମବ୍ରାଞ୍ଚ STF ହାତରେ ପୁଣି ଧରାପଡ଼ିଲା ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର । ଅଧିକ ପଢନ୍ତୁ
କଲରାପତରିଆ ବାଘ ଛାଲ ଜବତ: ଜଣଙ୍କୁ ବାନ୍ଧିଲା Crime Branch Stf
ଏ ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ( Crime Branch STF)ର ଏକ ଦଳ ସେଠାରେ ଚଢାଉ କରିଥିଲା । ଗାଁର ରତ୍ନାକର ସାହୁଙ୍କୁ ଗିରଫ କରିଥିଲା ବେଳେ କଲରାପତରିଆ ବାଘଛାଲ ଜବତ କରିଛି ଏସଟିଏଫ । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ