ଓଡିଶା

odisha

ETV Bharat / city

କଳା ସାମ୍ରାଜ୍ୟର ସମ୍ରାଟକୁ ରିମାଣ୍ଡରେ ନେବ ଏସଟିଏଫ - ଅପରଧ

ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାରର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରାଧ ସାମ୍ରାଜ୍ୟ ବେଶ ଲମ୍ବା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : Jul 16, 2019, 11:44 AM IST


ଭୁବନେଶ୍ବର: ଏନକାଉଣ୍ଟର ଭୟରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କଳା କାରବାରର କିଙ୍ଗପିନ ଶୁଭ୍ରାଂଶୁ ଓରଫ ଛୋଟାକୁ ଆଜି ରିମାଣ୍ଡରେ ଆଣିବ ଏସଟିଏଫ ।

ପ୍ରାୟ 7 ଦିନର ରିମାଣ୍ଡ ପାଇଁ ଆବେଦନ କରିପାରେ ଏସଟିଏଫ । ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାରର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରାଧ ସାମ୍ରାଜ୍ୟ ବେଶ ଲମ୍ବା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ରିମାଣ୍ଡରେ ଆସିବା ପରେ ଛୋଟାର କଳା ସାମ୍ରାଜ୍ୟ ଉପରେ ଖୋଳତାଡ଼ କରିବ ଏସଟିଏଫ । ସରକାରୀ ଜମି ହଡପ ସହ ବେଆଇନ ପଥର ଖାଦାନ କାରବାରକୁ ନେଇ ମଧ୍ୟ ଏସଟିଏଫ ତନାଘନା କରିପାରେ ।

କେବଳ ଏତିକି ନୁହେଁ, ସେ ଏକ ଗ୍ୟାଙ୍ଗ ମଧ୍ୟ ଗଠନ କରି ନିଜ ଅପରାଧ ସାମ୍ରାଜ୍ୟ ଠିଆ କରିଥିଲା । ତେବେ ଏତେସବୁ ବେଆଇନ କାରବାର ପଛରେ କାହାର ଥିଲା, କାହାର ଛତ୍ର ଛାୟା ତଳେ ସାମାନ୍ୟ ପରିବା ବେପାରିରୁ କୋଟି କୋଟି ଟଙ୍କାର ମାଲିକ ହେଲା ସେ ସବୁର ଗୁମର ଖୋଲିବ ।

କେବଳ ଛୋଟା ନୁହେଁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ 20 ଦୁର୍ଦ୍ଦାନ୍ତ ଅପରାଧି ଏବେ ଏସଟିଏଫ ସ୍କାନରରେ । ବିଭିନ୍ନ ଅପରାଧିକଙ୍କ ସହ ଲିଙ୍କକୁ ନେଇ ମଧ୍ୟ ଖୋଳତାଡ଼ କରିବ ଏସଟିଏଫ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details