ଓଡିଶା

odisha

ETV Bharat / city

କୋଇଲା ସେସ୍‌ ବୃଦ୍ଧି ପାଇଁ ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ ଷ୍ଟାଣ୍ଡିଂ କମିଟିର ସୁପାରିଶ - cess increase demand

ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସର ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟ ସରକାରଙ୍କୁ କୋଇଲା ସେସ୍‌ ବୃଦ୍ଧି କରିବା ପାଇଁ କରାଗଲା ସୁପାରିଶ । ଅଧିକ ପଢ଼ନ୍ତୁ...

steel and mines Standing Committee recommended to increase in coal cess to state govt
କୋଇଲା ସେସ୍‌ ବୃଦ୍ଧି ପାଇଁ ସୁପାରିଶ କଲା ଷ୍ଟାଣ୍ଡିଂ କମିଟି

By

Published : Oct 18, 2021, 3:50 PM IST

ଭୁବନେଶ୍ବର: ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସର ଷ୍ଟାଣ୍ଡିଂ କମିଟି ପକ୍ଷରୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ବୈଠକରେ କୋଲ୍‌ ରୟାଲିଟି ରିଭାଇଜ କରିବା କରିବା ଏବଂ ଗ୍ରୀନ ସେସ୍‌ର ସିଂହ ଭାଗ ରାଜ୍ୟକୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି କମିଟି ।

କୋଇଲା ସେସ୍‌ ବୃଦ୍ଧି ପାଇଁ ସୁପାରିଶ କଲା ଷ୍ଟାଣ୍ଡିଂ କମିଟି

କୋଇଲା ରୟାଲିଟି ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ପାଇଁ ରାଜ୍ୟ ସରକାର ଦାବି କରନ୍ତୁ । ଏହାସହ କୋଇଲା ଉତ୍ତୋଳନ ପାଇଁ ରାଜ୍ୟ ପ୍ରଦୂଷଣ ସହୁଛି । ଏଥିପାଇଁ ଯେଉଁ ଗ୍ରୀନ୍‌ ସେସ୍‌ ଆଦାୟ ହେଉଛି, ତାହା ସମସ୍ତ ରାଜ୍ୟଙ୍କୁ ବଣ୍ଟନ କରାଯାଉଛି ।

ଏଥିପାଇଁ ରାଜ୍ୟକୁ କୌଣସି ଫାଇଦା ହେଉନାହିଁ । ତେଣୁ ଗ୍ରୀନ ସେସ୍‌ର ସିଂହ ଭାଗ କମିଟି ସୁପାରିଶ କରିଥିବା କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details