ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାକୁ ଗୁରୁତ୍ବର ସେହ ନେଇଛନ୍ତି ରାଜ୍ୟ ମହିଳା କମିଶନ । ଏନେଇ କମିଶନଙ୍କ ପକ୍ଷରୁ କଳାହାଣ୍ଡି ଓ ବଲାଙ୍ଗୀର ଏସପିଙ୍କୁ ରିପୋର୍ଟ ତଲବ କରାଯାଇଛି । ଉଭୟ ଜିଲ୍ଲାର ଏସପିଙ୍କୁ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
ମମିତା ମର୍ଡର ଖୁଲାସା: କଳାହାଣ୍ଡି ଓ ବଲାଙ୍ଗୀର ଏସପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ - ମହିଳା କମିଶନ
କଳାହାଣ୍ଡିରେ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାକୁ ଗୁରୁତର ସହ ନେଲେ ରାଜ୍ୟ ମହିଳା କମିଶନ । କଳାହାଣ୍ଡି ଓ ବଲାଙ୍ଗୀର ଦୁଇ ଜିଲ୍ଲାର ଏସପିକୁ ଦୁଇ ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
ମମିତା ମେହେର ହତ୍ୟାକାଣ୍ଡ: କଳାହାଣ୍ଡି ଓ ବଲାଙ୍ଗୀର ଏସପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ
ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ଯେ, ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ମହିଳା କମିଶନ ପକ୍ଷରୁ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିବେ । ବିରୋଧୀ ଅଧୈର୍ଯ୍ୟ ନହୋଇ ପୋଲିସର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ଆବଶ୍ୟକତା ରହିଛି । ଆଇନ ଆଖିରେ ସମସ୍ତେ ସମାନ । ଦୋଷୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Oct 20, 2021, 7:36 PM IST