ଓଡିଶା

odisha

ETV Bharat / city

ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେବ ରାଜ୍ୟ: କୃଷିମନ୍ତ୍ରୀ

ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପ୍ରଦାନ କରିବ ରାଜ୍ୟ । ପୂର୍ବରୁ 12 ଲକ୍ଷ 35 ହଜାର ଚାଷୀଙ୍କ ତାଲିକା ରାଜ୍ୟସରକାର ଦେଇଥିଲେ । ତେବେ ଏଥିମଧ୍ଯରୁ ୯ ଲଷ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର୍ଯାୟ ଟଙ୍କା ।

By

Published : Jun 7, 2019, 3:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପିଏମ କିଷାନ ଯୋଜନା ପାଇଁ କେନ୍ଦ୍ରକୁ ସବୁ ଚାଷୀଙ୍କ ତାଲିକା ଦେବ ରାଜ୍ୟ । ଜୁଲାଇ 31 ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା କରିବ ହସ୍ତାନ୍ତର । ପୂର୍ବରୁ 12 ଲକ୍ଷ 35 ହଜାର ଚାଷୀଙ୍କ ତାଲିକା ରାଜ୍ୟ ସରକାର ଦେଇଥିଲେ । ତେବେ ଏଥିମଧ୍ଯରୁ ୯ ଲଷ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର୍ଯ୍ୟାୟ ଟଙ୍କା ।
ଚାଷୀ ତାଲିକା ଭିତରୁ ଓକିଲ, ଚାକିରିଆ ଓ ରାଜନେତାଙ୍କୁ ବାଦ ଦେଇ ଜୁଲାଇ ୩୧ ସୁଦ୍ଧା ପୁଣି ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ଏନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପିଏମ୍‌ କିଷାନ ଯୋଜନାରେ ବଡ ଚାଷୀଙ୍କୁ ସାମିଲ କରାଯାଇନାହିଁ । ବଡଚାଷୀଙ୍କୁ ସାମିଲ କରିବା ପାଇଁ ଏବେ କ୍ୟାବିନେଟରେ ପ୍ରସ୍ତାବ ପାର ହୋଇଥିବା ବେଳେ ଆମ ପାଖକୁ ଏନେଇ କୌଣସି ଖବର ଆସିନାହିଁ ବୋଲି ମନ୍ତ୍ରୀ ସୂଚାଇ ଦେଇଛନ୍ତି ।

ସେପଟେ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ହିତାଧିକାରୀଙ୍କୁ ମିଳିବାକୁ ଥିବାରୁ ଜୁଲାଇ 31 ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details