ଭୁବନେଶ୍ବର: ନବୀନ ନିବାସ ଆଗରେ ଧାରଣା ଦେବେ ରାଜ୍ୟ ମହିଳା ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ । ନିଯୁକ୍ତି ଦାବିରେ ରାଜ୍ୟର 17 ହଜାରରୁ ଉର୍ଦ୍ଧ୍ବ ରାଜ୍ୟ ମହିଳା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଗୁରୁବାର ରଥଯାତ୍ରା ଦିନ ନବୀନ ନିବାସ ଆଗରେ ବିକ୍ଷୋଭ କରିବାକୁ ଧମକ ଦେଇଛନ୍ତି।
ସୂଚନା ଅନୁଯାୟୀ, 2006ରୁ 2019 ଯାଏଁ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ନିଯୁକ୍ତି ଦାବିରେ ସରକାରଙ୍କୁ ଅବଗତ କରାଇ ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ସଙ୍ଘ ମତ ରଖିଛି ।