ଓଡିଶା

odisha

By

Published : Mar 4, 2021, 8:06 AM IST

ETV Bharat / city

କେନ୍ଦ୍ର ଏମ୍ଏସ୍ଏମ୍ଇ ସଚିବଙ୍କୁ ଭେଟିଲେ ରାଜ୍ୟ ସଚିବ, ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ପାଇଁ ଦାବି

କେନ୍ଦ୍ର ଏମ୍‌ଏସଏମ୍‌ଇ ସଚିବଙ୍କୁ ଭେଟିଲେ ରାଜ୍ୟ ସଚିବ । ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ପାଇଁ କଲେ ଅନୁରୋଧ । ଅଧିକ ପଢନ୍ତୁ...

ଏମ୍ଏସ୍ଏମ୍ଇ
ଏମ୍ଏସ୍ଏମ୍ଇ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ବିଦ୍ୟୁତ ବିହାରୀ ସ୍ବାଇଁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଜ୍ୟ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ନୂଆଦିଲ୍ଲୀରେ ଏହି ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଛନ୍ତି ରାଜ୍ୟ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ।

ଓଡ଼ିଶାରେ ସ୍ପୁର୍ତ୍ତୀ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ରାଜ୍ୟ ଏମ୍ଏସ୍ଏମ୍ଇ ସଚିବ ଅନୁରୋଧ କରିଛନ୍ତି । ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍‌ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ ଦାବି କରିଛନ୍ତି ।

ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details