ଭୁବନେଶ୍ବର: ରାଜ୍ୟସ୍ତରୀୟ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ରାଜ୍ୟରୁ କୌଣସି ଲୋକ କଳାଶୈଳୀ ଯେପରି ବିଲୁପ୍ତି ନ ହୁଏ ସେ ନେଇ ଏ କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟର ସମସ୍ତ କଳାକାରଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇଥିଲେ ମନ୍ତ୍ରୀ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ଭର୍ଚ୍ଚୁଆଲ ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ରାଜ୍ୟସ୍ତରୀୟ ତୃତୀୟ ଲୋକକଳା ଦିବସ ପାଳିତ
ରାଜ୍ୟସ୍ତରୀୟ ତୃତୀୟ ଲୋକକଳା ଦିବସ ପାଳିତ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ । ଅଧିକ ପଢନ୍ତୁ....
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ଘୁମୁରା, କୋରାପୁଟର ଢେମ୍ସା, ବରଗଡ଼ର ଡାଲଖାଇ, ଖୋର୍ଦ୍ଧାର ଘୋଡ଼ାନାଚ, ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ଗଞ୍ଜାମର ବାଘନାଚ ପରିବେଷଣ କରାଯାଇଥିଲା । ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳ ବିଶୋଇଙ୍କ ରଚିତ ଗୀତ ‘ଆମେ ମାନିବା ଲକ୍ଡାଉନ୍’ ଓ କୋରୋନା ଯୁଦ୍ଧ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟର ପ୍ରାୟ ୩୦୦ ଜଣ କଳାକାର ସାମିଲ ହୋଇଥିଲେ । ୨୦୧୯ରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବ ଗତବର୍ଷ ଏବଂ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଭର୍ଚ୍ଚୁଆଲ ଭାବେ ଜୁନ୍ ୧୪ ତାରିଖରେ ପାଳନ କରାଯାଉଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ