ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ରାଜ୍ୟ ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଦୀର୍ଘ 7ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 136 କାରିଗର ଅଂଶଗ୍ରହଣ କରିଛନ୍ତି ।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ 136 କାରିଗର ବିକିବେ ହସ୍ତତନ୍ତ ସାମଗ୍ରୀ
ରାଜ୍ୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 136 କାରିଗର ଏଥିରେ ଅଂଶଗ୍ରହଣ କରିଛନ୍ତି ।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ 136 କାରିଗର ବିକିବେ ହସ୍ତତନ୍ତ ସାମଗ୍ରୀ
ଏହି କାରିଗରଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଏଠାରେ ପ୍ରଦର୍ଶନ କରାଯିବ ସହିତ ବିକ୍ରୟ କରାଯିବାର ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଛି । ଏଥିପାଇଁ 110ଟି ଷ୍ଟଲ ନିର୍ମାଣ ହୋଇଥିବା ବେଳେ 22ଟି ଜିଲ୍ଲାର କାରିଗର ଏଥିରେ ସାମିଲ ହୋଇ ସେମାନଙ୍କ ଦ୍ବାରା ସାମଗ୍ରୀର ବିକ୍ରିବଟା କରିବାର ସୁଯୋଗ ପାଇଛନ୍ତି । ଏହି ପ୍ରଦର୍ଶନୀ ଦ୍ବାରା ରାଜଧାନୀବାସୀ ହାତ ପାହାନ୍ତାରେ ନିଜ ମନପସନ୍ଦର ସାମଗ୍ରୀ ସିଧାସଳଖ କାରୀଗରଙ୍କ ଠାରୁ କିଣିବାର ସୁଯୋଗ ପାଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ