ଓଡିଶା

odisha

ETV Bharat / city

ରାଜ୍ୟରେ ସଜ୍ଞା ହରାଉଛି ଶିଳ୍ପ !

ରାଜ୍ୟରେ ଶିଳ୍ପାୟନର ଗତି ମନ୍ଥର । ନା ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ପାରୁଛି ନିଯୁକ୍ତି ନା ବଢୁଛି କମ୍ପାନୀର କ୍ଷମତା ।

By

Published : Aug 15, 2019, 12:04 AM IST

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶାରେ ଶିଳ୍ପାୟନକୁ ନେଇ ଅନେକ ସମୟରେ ଅନେକ ବିତର୍କ ହୋଇଛି । ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ବାସ୍ତବରେ ଶିଳ୍ପାୟନକୁ ନେଇ ଅନେକ ପ୍ରଚାର ପ୍ରସାର ହେଉଛି । ମାତ୍ର ବାସ୍ତବତା କଣ ? ଆମେ ପାଇଛେ କଣ ଆଉ ହରାଇଛେ କଣ ? ଶିଳ୍ପୟାନର ଗତି କୁଆଡେ ଯାଉଛି । ଆମ ଶିକ୍ଷିତ ଯୁବକ ଯୁବତୀ କେତେ ନିଯୁକ୍ତି ପାଇଛନ୍ତି ଆଉ କେତେ ଆତ୍ମନିର୍ଭରଶୀଳ ହୋଇଛନ୍ତି ?

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ବାଧୀନତାର 73 ବର୍ଷ ପରେ ବି କେଉଁଠି ଏବେବି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବପୀଢି । ପର୍ଯ୍ୟାପ୍ତ ସୁଯୋଗ ରହିଛି ହେଲେ କାର୍ଯ୍ୟକାରୀ ହେଉ ନଥିବା ଯୋଗୁଁ ଓଡିଶାରେ ଶିଳ୍ପାୟନ କେବଳ ପ୍ରହସନରେ ପରିଣତ ହୋଇଛି ।

ଏବେ ଅନେକ ମେଗା ଶିଳ୍ପର ଉଦାହରଣ ଦେଇ ସରକାର ବାଃ ବାଃ ନେଉଛନ୍ତି ସତ ହେଲେ ସେହି ଶିଳ୍ପ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କୁ ଯୋଡି ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି । ଶିଳ୍ପ ମନ୍ତ୍ରୀ କହିଛନ୍ତି ମେକ ଇନ ଓଡିଶା ଯୋଜନା ମାଧ୍ୟମରେ ରାଜ୍ୟକୁ 4ଲକ୍ଷ କୋଟି ପୁଞ୍ଜି ଆସିବ ବୋଲି କହିଛନ୍ତି ।

ତେବେ ସରକାରଙ୍କ ଏହି ଯୁକ୍ତିକି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଆମର ଆବଶ୍ୟକତା ଯାହା ଆମେ ସେ ଉପରେ ଧ୍ୟାନ ଦେଉନାହିଁ । ଏହାସହ ବଡ ଶିଳ୍ପ ଆଶାରେ ଛୋଟଛୋଟ ଶିଳ୍ପକୁ ମାରିଦେଉଛୁ ବୋଲି କହିଛନ୍ତି ।


ଶିଳ୍ପ ବିଶେଷଜ୍ଞ ମତ ହେଲା ରାଜ୍ୟରେ ଯେଉଁ ଶିଳ୍ପ ସଂସ୍ଥା ଅଛନ୍ତି ସେମାନଙ୍କର ପୁଞ୍ଜି କମ ପରିମାଣର । ଯାହା ଦ୍ବାରା ସେମାନେ ଆଶା ଅନୁଯାୟୀ ଉତ୍ପାଦନ କି ରପ୍ତାନୀ କରିପାରୁ ନାହାନ୍ତି । ସେମାନଙ୍କୁ ସରକାର ସାହାଯ୍ୟ ଯୋଗାଇଦେବାର ଆବଶ୍ୟକତା ଅଛି । ଏହାସହ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ଗୋଟିଏ ବି ଶିଳ୍ପ ସଂସ୍ଥା ଜାତୀୟ କି ଅନ୍ତର୍ଜାତୀୟ ସ୍ତରରେ ଆସୁ ନାହାନ୍ତି । ଏହାକୁ ସରକାରଙ୍କୁ ଦେଖିବାକୁ ପଡିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details