ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅକ୍ଟୋବର ପହିଲାରୁ ପିଛିଲା ଭାବେ ସର୍ବନିମ୍ନ ମଜୁରୀର ସଂଶୋଧନ କରିଛନ୍ତି ସରକାର । ଏହାଦ୍ବାରା ରାଜ୍ୟର ୮୯ଟି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ସର୍ବାଧିକ କୁଶଳୀ ଶ୍ରମିକ ଉପକୃତ ହେବେ । ଏନେଇ ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ୫୨ତମ ବୈଠକରେ ସବୁ ବର୍ଗର ଶ୍ରମିକଙ୍କ ଦୈନିକ ମହଙ୍ଗା ଭତ୍ତା ୪ଟଙ୍କା ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ଶ୍ରମ କମିଶନର ଏନ୍ ଥିରୁମାଳା ନାଏକ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ସର୍ବନିମ୍ନ ମଜୁରୀ ହାର ସହିତ ୧ ଅକ୍ଟୋବର, ୨୦୨୧ରୁ ଏହା ଲାଗୁ କରାଯିବ ବୋଲି ଶ୍ରମ କମିଶନରଙ୍କ ବିଜ୍ଞପ୍ତିରେ କୁହାଯାଇଛି ।