ଓଡିଶା

odisha

ETV Bharat / city

ମେଧାବୀ ଛାତ୍ରୀ ମୋନାଲିସାଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର - ମେଧାବୀ ଛାତ୍ରୀ ମୋନାଲିସା

କର୍କଟରେ ଆକ୍ରାନ୍ତ ସ୍ଵତ୍ତ୍ୱେ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ବାଲେଶ୍ୱରର ମେଧାବୀ ଛାତ୍ରୀ ମୋନାଲିସା । ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର ଏମସ ଅଣାଯାଇ ତାଙ୍କର ଚିକିତ୍ସା କରାଯାଇଛି ।

ମେଧାବୀ ଛାତ୍ରୀ ମୋନାଲିସାଙ୍କ ଦୁଖଃ ବୁଝିଲେ ରାଜ୍ୟ ସରକାର
ମେଧାବୀ ଛାତ୍ରୀ ମୋନାଲିସାଙ୍କ ଦୁଖଃ ବୁଝିଲେ ରାଜ୍ୟ ସରକାର

By

Published : Aug 13, 2020, 8:37 PM IST

ଭୁବନେଶ୍ୱର: ମେଧାବୀ କର୍କଟ ରୋଗୀଙ୍କୁ ସାହାଯ୍ୟ କଲେ ରାଜ୍ୟ ସରକାର । ମେଧାବୀ ଛାତ୍ରୀ ମୋନାଲିସାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ମେଧାବୀ ଛାତ୍ରୀ ମୋନାଲିସାଙ୍କ ଦୁଖଃ ବୁଝିଲେ ରାଜ୍ୟ ସରକାର

ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର ଏମସ ଅଣାଯାଇ ତାଙ୍କର ଚିକିତ୍ସା କରାଯାଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୁହାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ ଯେ ପିଡୀତା ମୋନାଲିସା ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଦେଇ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details