ଓଡିଶା

odisha

By

Published : Jan 2, 2022, 8:53 PM IST

ETV Bharat / city

Election Reservation List Controversy: ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର କେବଳ ଓବିସି ନୁହେଁ ଆଦିବାସୀଙ୍କ ପ୍ରତି ବି ଅନ୍ୟାୟ କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ

state govt doing injustice to tribal with their reservation list says congress
Election Reservation List Controversy: ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର:ରାଜ୍ୟ ସରକାର କେବଳ ଓବିସି ନୁହେଁ ଆଦିବାସୀଙ୍କ ପ୍ରତି ବି ଅନ୍ୟାୟ କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୩ଟି ଜିଲ୍ଳାରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗଶେଶ୍ବର ବେହେରା ।

Election Reservation List Controversy: ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର

କୋରାପୁଟ, ନବରଙ୍ଗପୁର, ମାଲକାନଗରି, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଭଳି ୭ ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ଆଦିବାସୀଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ । ରାଜ୍ୟର ୧୯୫ଟି ବ୍ଳକରେ ଆଦିବାସୀଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ । ଏହା ସମ୍ବିଧାନ ବିରୋଧୀ ବୋଲି କହିଛି କଂଗ୍ରେସ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଏବଂ ପଞ୍ଚାୟତ ସମିତି ଆଇନ ୧୯୬୮ର ଅନୁପାଳନ ହୋଇନଥିବା କଂଗ୍ରେସ ଅଭିଯୋଗ କରିଛି ।

ଆଇନ ମୁତାବକ ଜନସଂଖ୍ୟା ଆଧାରରେ ଆନୁପାତିକ ସଂରକ୍ଷଣ ଦେବା କଥା । ତାହା ନହେଲେ ଅତି କମ୍‌ରେ ଗୋଟିଏ ସିଟ୍ ଦେବା କଥା । ଏହି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ପାଇଁ ସରକାର ହିଁ ଦାୟୀ । ତେଣୁ ଏହି ସମ୍ବିଧାନ ବିରୋଧୀ ସଂରକ୍ଷଣ ତାଲିକା ଅବୈଧ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏହାଦ୍ବାରା ୨୨.୮୫ରୁ ୨୩ ପ୍ରତିଶତ ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ ଓ ଅବହେଳା କରିଥିବା ଅଭିଯୋଗ ହୋଇଛି । ତେଣୁ ଭୁଲ୍ ସ୍ଵୀକାର କରି ସଂରକ୍ଷଣ ତାଲିକାକୁ ସଂଶୋଧନ କରନ୍ତୁ । ନେହେଲେ ନିର୍ବାଚନ ହୋଇ ପାରିବନି ବୋଲି ଚେତାବନୀ ଦେଇଛି କଂଗ୍ରେସ । ସଂରକ୍ଷଣ ତାଲିକାରେ ପରିବର୍ତ୍ତନ ନହେଲେ କଂଗ୍ରେସ ଅନ୍ଦୋଳନକୁ ଓହ୍ଲାଇବାକୁ ଚେତବନୀ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details