ଓଡିଶା

odisha

ETV Bharat / city

ରାଜସ୍ବ ଆତ୍ମସାତ ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର: ସୁର - ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସୁର ରାଉତରାୟ

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ରାଜ୍ୟ ସରକାର ଖାଲି ପ୍ରଚାର ସର୍ବସ୍ବ ହେଲେ ହେବନି, ବାସ୍ତବିକ ସ୍ଥିତିରେ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁର ରାଉତରାୟ । ଅଧିକ ପଢ଼ନ୍ତୁ...

ରାଜସ୍ବ ଆତ୍ମସାତ ସମସ୍ୟାର ସମାଧନ କରନ୍ତୁ ରାଜ୍ୟ ସରକାର : ସୁର
ରାଜସ୍ବ ଆତ୍ମସାତ ସମସ୍ୟାର ସମାଧନ କରନ୍ତୁ ରାଜ୍ୟ ସରକାର : ସୁର

By

Published : Sep 19, 2021, 4:53 PM IST

ଭୁବନେଶ୍ବର:ରାଜ୍ୟସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ରାଜ୍ୟ ସରକାର ଖାଲି ପ୍ରଚାର ସର୍ବସ୍ବ ହେଲେ ହେବନି, ବାସ୍ତବିକ ସ୍ଥିତିରେ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁର ରାଉତରାୟ । ସରକାରୀ କମ୍ପାନୀରେ ୪ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି । ସମବାୟ ସମିତିରେ ୭ଶହ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ବିଭିନ୍ନ ନିଗମରେ ୬୫୪ କୋଟି ବିନିଯୋଗ ହୋଇଛି ।

ରାଜସ୍ବ ଆତ୍ମସାତ ସମସ୍ୟାର ସମାଧନ କରନ୍ତୁ ରାଜ୍ୟ ସରକାର : ସୁର

ବିଭିନ୍ନ ଉଦ୍ୟୋଗରୁ ୪୫୦୦ କୋଟି ଲାଭାଂଶ ପାଇବା କଥା । ଶକ୍ତି ବିତରକ କମ୍ପାନୀ ଓପିଜିସି, ଓପିଟିସିଏଲ ଓ HPC ଏବଂ ଗ୍ରୀଡ୍‌କୋଠାରୁ ୪୫୦୦ କୋଟି ଟଙ୍କା ରାଜସ୍ୱ ଖିଲାପ କରିଛନ୍ତି । OMC ଲାଭରେ ରହିଛି । ରାଜ୍ୟରେ ୭୦ଟି ଉଦ୍ୟୋଗ କୁଆଡ଼େ ଉଭାନ ହୋଇଗଲେ ତାହାର ହିସାବ ନାହିଁ, ୭୨ଟି ଉଦ୍ୟୋଗରୁ ଟଙ୍କା ଆଦାୟ ହୋଇପାରିନଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି । ଏଭଳି ସଙ୍ଗୀନ ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁର ରାଉତରାୟ ।

ରାଜ୍ୟ ସରକାର ତୁରନ୍ତ ଏହାର ତର୍ଜମା କରି ଆତ୍ମସାତ ହୋଇଥିବା ଟଙ୍କା କେମିତି ଫେରିବ ତାହାର ସମୀକ୍ଷା କରିବାକୁ ଦାବି ହୋଇଛି । ସେପଟେ ବିଭିନ୍ନ ଉଦ୍ୟୋଗରୁ ଟଙ୍କା ଆଦାୟ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details