ଓଡିଶା

odisha

ETV Bharat / city

IAS ବିଜୟ କେତନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପାଇଲେ ନୂଆ ନିଯୁକ୍ତି

ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଏକ ନୂଆ ବିଭାଗରେ ମିଳିଛି ନିଯୁକ୍ତି । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବିଜୟ । ଅଧିକ ପଢନ୍ତୁ...

By

Published : Jun 28, 2020, 10:35 PM IST

IAS ବିଜୟ କେତନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପାଇଲେ ନୂଆ ନିଯୁକ୍ତି
IAS ବିଜୟ କେତନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପାଇଲେ ନୂଆ ନିଯୁକ୍ତି

ଭୁବନେଶ୍ବର: ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ରାଜ୍ୟ ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି । ତାଙ୍କୁ କଟକ ବୋର୍ଡ ଅଫ ରେଭିନ୍ୟୁ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଜୁନ 27ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

IAS ବିଜୟ କେତନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପାଇଲେ ନୂଆ ନିଯୁକ୍ତି

ହର୍ଟି କଲଚର ନିର୍ଦ୍ଦେଶକ ଥିବା ସମୟରେ ପ୍ରଶାସନିକ ଅଧିକାରୀ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ନାଁରେ ଲାଞ୍ଚ ଅଭିଯୋଗ ଆସିଥିଲା । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିଲେ ବିଜୟ । ଗତ ଜାନୁଆରୀରେ ସେ ଗିରଫ ହୋଇଥିବାବେଳେ ଫେବୃଆରୀରେ ହାଇକୋର୍ଟ ତାଙ୍କୁ ସତ୍ତମୂଳକ ଜାମିନ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details