ଓଡିଶା

odisha

ETV Bharat / city

WODC କୁ ମନୋନୀତ ହେଲେ 13, ନାହାନ୍ତି ମହିଳା ପ୍ରତିନିଧି - ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ (Western Odisha Development Council) ରାଜ୍ୟ ସରକାର 13 ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି । କଂଗ୍ରେସର ଜଣେ ଓ ବିଜେପିର 2 ଜଣ ବିଧାୟକଙ୍କୁ ପ୍ରତିନିଧିତ୍ବ ମିଳିଛି । ଅଧିକ ପଢନ୍ତୁ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମନୋନୀତ ହେଲେ 13
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମନୋନୀତ ହେଲେ 13

By

Published : Dec 1, 2021, 10:12 AM IST

Updated : Dec 1, 2021, 10:45 AM IST

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ (Western Odisha Development Council) ରାଜ୍ୟ ସରକାର 13 ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି । କଂଗ୍ରେସର ଜଣେ ଓ ବିଜେପିର 2 ଜଣ ବିଧାୟକଙ୍କୁ ପ୍ରତିନିଧିତ୍ବ ମିଳିଛି । ବାକି 8 ଟି ସଭ୍ୟ ପଦକୁ ବିଜେଡି(BJD) ନିଜ କବଜାରେ କରି ନେଇଛି ।

ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡିର ବିଧାୟକ କିଶୋର ମହାନ୍ତି, ପ୍ରଦୀପ ଅମାତ, ରୋହିତ ପୂଜାରୀ, ଶାରଦା ପ୍ରସାଦ ନାୟକ, ରାଜେନ୍ଦ୍ର ଢୋଲକିଆ, ସରୋଜ କୁମାର ମେହେର, ପ୍ରଦୀପ କୁମାର ଦିଶାରୀ ଓ ଦେବେଶ ଆଚାର୍ଯ୍ୟଙ୍କୁ ସଭ୍ୟ ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସାମିଲ କରାଯାଇଛି । ଏହି ପରିଷଦରେ ପୂର୍ବତନ ବିଧାୟକ ଓ ସାଂସଦଙ୍କ ସମେତ ମହିଳାଙ୍କ ପ୍ରତିନିଧିତ୍ବକୁ ଖାଲି ରଖିଛନ୍ତି ସରକାର ।

ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା 5 ମନ୍ତ୍ରୀମାନଙ୍କୁ ମଧ୍ୟରୁ କାହାକୁ ବି ଏଥିରେ ସ୍ଥାନ ମିଳିନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଶ୍ଚିମ ଓଡିଶା ବିକାଶ ବିରୋଧୀ ହାଓ୍ବାକୁ ପ୍ରତିହତ କରିବାକୁ ସରକାର ଏହି ପରିଷଦରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ଦେଇଛନ୍ତି । 2020 ଡିସେମ୍ବରରେ ଅବସରପ୍ରାପ୍ତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ (Asit Tripathy) କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ । ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ଥିବା ପ୍ରାବଧାନ ଅନୁସାରେ ପରିଷଦରେ ଅଧ୍ୟକ୍ଷଙ୍କ ସମେତ 13(2ଜଣ ସାଂସଦ ଓ 11ଜଣ ବିଧାୟକ)ଜଣ ମନୋନୀତ ସଭ୍ୟ ରହିବେ । ଆଉ 10 ଜଣ ବିଶେଷଜ୍ଞ ସଭ୍ୟ ରହିବେ । ଉଭୟକୁ ମିଶାଇ ପୂର୍ଣ୍ଣାଙ୍ଗ ପରିଷଦରେ ମୋଟ 26 ଜଣ ସଦସ୍ୟ ରହିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 1, 2021, 10:45 AM IST

ABOUT THE AUTHOR

...view details