ଭୁବନେଶ୍ବର: ମନ୍ଦିର ରୂପାନ୍ତରିକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟର ସବୁ ମନ୍ଦିର ବୁଲି ବୁଲି ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିରେ ଆଦର୍ଶ କଣ ଅଛି? ବିଚାରଧାରା କଣ ଅଛି ? ଲୋକଙ୍କ ଭାବାବେଗ ସହ ବାନ୍ଧି ହେବା ଏବଂ ଭୋଟ ହାତେଇବା ପାଇଁ ସବୁ କାର୍ଯ୍ୟକ୍ରମ କରାଯାଉଛି । ମୋଦିଙ୍କ ହିନ୍ଦୁତ୍ବ କାର୍ଡକୁ କାଉଣ୍ଟର ପାଇଁ ରାଜ୍ୟ ସରକାର ମନ୍ଦିର ବିକାଶ କରୁଛନ୍ତି ।
ମୋଦିଙ୍କ ହିନ୍ଦୁତ୍ୱ କାର୍ଡ କାଉଣ୍ଟର ପାଇଁ ରାଜ୍ୟ ସରକାର ମନ୍ଦିର ବିକାଶ କରୁଛନ୍ତି: ନିରଞ୍ଜନ - ମୋଦିଙ୍କ ହିନ୍ଦୁତ୍ବକୁ କାଉଣ୍ଟର କରିବା ପାଇଁ ରାଜ୍ୟ ସରକାର ଏହା କରୁଛନ୍ତି
ରାଜ୍ୟର ସବୁ ମନ୍ଦିର ବୁଲି ବୁଲି ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିରେ ଆଦର୍ଶ କଣ ଅଛି ? ବିଚାରଧାରା କଣ ଅଛି ? ଲୋକଙ୍କ ସେଣ୍ଟିମେଣ୍ଟକୁ ଟଚ୍ କରିବା ଏବଂ ଭୋଟ ହାତେଇବା ପାଇଁ ସବୁ କାର୍ଯ୍ୟକ୍ରମ କରାଯାଉଛି। ଅଧିକ ପଢନ୍ତୁ

ନିରଞ୍ଜନ ପଟ୍ଟନାୟକ
ମୋଦିଙ୍କ ହିନ୍ଦୁତ୍ବକୁ କାଉଣ୍ଟର କରିବା ପାଇଁ ରାଜ୍ୟ ସରକାର ଏହା କରୁଛନ୍ତି: ନିରଞ୍ଜନ ପଟ୍ଟନାୟକ
ବିଜେଡିର ଆଇଡୋଲଜି କଣ ? ବହୁତ ଆଞ୍ଚଳିକ ଦଳ ମାନେ ଭିତରେ ଭିତରେ ବିଜେପି ସହ ଅଛନ୍ତି । ନିଜ ସୁରକ୍ଷା ପାଇଁ। ନହେଲେ ଇଡି ଭଳି ସଂସ୍ଥା ଚଢାଉ କରିବ। ଲୋକଙ୍କ ଧାର୍ମିକ ଦୁର୍ବଳତାକୁ ପାଥେୟ କରି ଭୋଟ ପାଇବା ଲାଗି ଉଭୟ ବିଜେପି ଓ ବିଜେଡି ରାଜନୀତି କରୁଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଇନ କାନୁନ ଭିତରେ କରାଯାଉ ବୋଲି ନିରଞ୍ଜନ ପୁଣି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ