ଓଡିଶା

odisha

ETV Bharat / city

ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ନାହିଁ ଆନ୍ତରିକତା: ସୁର - municipal election news

କେବେ ହେବ ପୌର ନିର୍ବାଚନ ? ପୌରପାଳିକାରେ ଲୋକ ପ୍ରତିନିଧି ନଥିବାରୁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉଗ୍ରରୂପ ଧାରଣ କରିଛି । ସହରାଞ୍ଚଳ ବିକାଶରେ ବାଧା ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢ଼ନ୍ତୁ...

ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ସୁର
ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ସୁର

By

Published : Oct 6, 2021, 4:37 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଫଳାଫଳ ଶାସକ ବିଜେଡି ପାଇଁ ସଞ୍ଜୀବନି ଆଣି ଦେଇଛି । ୨୦୨୨ ଫେବୃଆରୀରେ ପଞ୍ଚାୟତ କାର୍ଯ୍ୟକାଳ ଶେଷ ହେଉଛି । ଏଥିପାଇଁ ରାଜ୍ୟ ସରକାର ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପିପିଲିରେ ପୂର୍ଣ୍ଣ ଜନମତ ପଞ୍ଚାୟତ ନିର୍ବାଚନୀ ବୈତରଣୀ ପାର କରିବାରେ ବିଜୁ ଜନତା ଦଳକୁ ନିଶ୍ଚୟ ଡବଲ ଖୋରାକ ଯୋଗାଇବ । ଏଥିପାଇଁ ରାଜ୍ୟ ସରକାର ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆନ୍ତରିକତା ଦେଖାଉ ନଥିବା ସେ ଅଭିଯୋଗ ଆଣିଛନ୍ତି ।

ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ସୁର

ସୂଚନା ଥାଉକି, 5ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖରେ ପଞ୍ଚାୟତ ଓ ପଞ୍ଚାୟତ ସମିତି ପଦବୀ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ତେବେ ପଞ୍ଚାୟତ ନିର୍ବାଚନ ଆଉ 4 ମାସ ବାକି ଥିବାବେଳେ ସରକାର ଯଥେଷ୍ଟ ସମୟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ହେଲେ ସାଢ଼େ 3 ବର୍ଷ ହେବ ପୌର ନିର୍ବାଚନ ସରିଥିଲେ ମଧ୍ୟ ପୌର ନିର୍ବାଚନ ନେଇ ସରକାରଙ୍କ ତତ୍ପରତା ପ୍ରକାଶ ପାଉନାହିଁ । ପୌର ନିର୍ବାଚନ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ ହେଉଛି ।

ଏଭଳି ସମୟରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । କେବେ ହେବ ପୌର ନିର୍ବାଚନ ? ପୌରପାଳିକାରେ ଲୋକ ପ୍ରତିନିଧି ନଥିବାରୁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉଗ୍ରରୂପ ଧାରଣ କରିଛି । ସହରାଞ୍ଚଳ ବିକାଶରେ ବାଧା ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଜାଣିଶୁଣି ରାଜ୍ୟ ସରକାର ଏମିତି କରୁଛନ୍ତି । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details