ଭୁବନେଶ୍ବର:କେନ୍ଦ୍ରାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଭୂତଳ ପାନୀୟ ଜଳ ସଙ୍କଟ ରହିବ ନାହିଁ । IIT ହାଇଦ୍ରାବାଦ ଏଭଳି ତଥ୍ୟ ଦେଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି କୃଷି ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । IIT ହାଇଦ୍ରାବାଦ ଏଭଳି କୌଣସି ତଥ୍ୟ ଦେଇନଥିବା ଅଭିଯୋଗ କରିଛନ୍ତି କୃଷି ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।
RTI ତଥ୍ୟ ମୁତାବକ ଭୂତଳ ପାନୀୟ ଜଳକୁ ନେଇ IIT ହାଇଦ୍ରାବାଦ କୌଣସି ସୂଚନା ଦିଆଯାଇନାହିଁ । ରାଜ୍ୟ ସରକାର ମିଥ୍ୟ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଯଦି IIT ହାଇଦ୍ରାବାଦର କୌଣସି ଅଧିକାରୀ ଏଭଳି ମିଥ୍ୟା ତଥ୍ୟ ଦେଇଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ।
ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅଗଷ୍ଟ ମାସରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ରାଜକନିକା ବ୍ଲକର ବରୁଣାଡିହା, ଭାରିଗଦା ଓ ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ ।