ଭୁବନେଶ୍ବର: ରାଜ୍ୟରେ ବଢୁଛି ସଂକ୍ରମଣ । 29 ଜିଲ୍ଳାରୁ ୨୨୩୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ତ ବ୍ୟଥାର କାରଣ ସାଜିଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ 419 ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ 6, ବାଲେଶ୍ବରରୁ 130, ବରଗଡରୁ 51, ଭଦ୍ରକରୁ 73, ବଲାଙ୍ଗୀରରୁ 66, ବୌଦ୍ଧରୁ 53, କଟକରୁ 177, ଢେଙ୍କାନାଳରୁ 36, ଗଜପତିରୁ 42 ଓ ଗଞ୍ଜାମରୁ 246 ଜଣ ନୂଆ ଆକ୍ରାନ୍ତ ରହିଛନ୍ତି । ସେହିପରି, ଜଗତସିଂହପୁରରୁ 13, କଳାହାଣ୍ଡିରୁ 21, କନ୍ଧମାଳରୁ 90, କେନ୍ଦ୍ରାପଡାରୁ 7, କେନ୍ଦୁଝରରୁ 72, କୋରାପୁଟରୁ 91 ଓ ମାଲକାନଗିରିରୁ 55 ଜଣ ସଂକ୍ରମିତ ହୋଇଛନ୍ତି ।
ରାଜ୍ୟରେ ବଢୁଛି ସଂକ୍ରମଣ: 29 ଜିଲ୍ଲାରୁ ୨୨୩୯ ପଜିଟିଭ ଚିହ୍ନଟ - corona update
ରାଜ୍ୟରେ କାୟା ମେଲାଉଛି କୋରୋନା । 29 ଜିଲ୍ଲାରୁ ୨୨୩୯ ନୂଆ ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 64533 । ଅଧିକ ପଢନ୍ତୁ...
ରାଜ୍ୟରେ ବଢୁଛି ସଂକ୍ରମଣ : 29 ଜିଲ୍ଲାରୁ ୨୨୩୯ ପଜିଟିଭ ଚିହ୍ନଟ
ମୟୂରଭଞ୍ଜରୁ 80,ନବରଙ୍ଗପୁରରୁ14, ନୟାଗଡରୁ 147, ନୂଆପଡାରୁ 8, ପୁରୀରୁ 40, ରାୟଗଡାରୁ 120 ସମ୍ବଲପୁରରୁ 53, ସୋନପୁରରୁ 24 ଓ ସୁନ୍ଦରଗଡରୁ 64 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64533ରେ ପହଞ୍ଚି ଥିବା ବେଳେ 20339 ସକ୍ରିୟ ମାମଲା ରହିଛି । ଏହାସହ 43,779 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ