ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ, 30 ଜିଲ୍ଲାରୁ 1,977 ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ ବଢୁଛି ସଂକ୍ରମଣ

ବଢୁଛି ସଂକ୍ରମଣ । 30 ଜିଲ୍ଲାରୁ 1,977 ଆକ୍ରାନ୍ତ ଚିହ୍ନଟ । ହୋମ କ୍ବାରେଣ୍ଟାଇନରୁ 1241, ସ୍ଥାନୀୟ ସଂକ୍ରମଣ ରହିଛନ୍ତି 736। ସବୁଠୁ ଆଗରେ ଖୋର୍ଦ୍ଧା । ଅଧିକ ପଢନ୍ତୁ....

state corona update
ରାଜ୍ୟରେ ବଢୁଛି ସଂକ୍ରମଣ,30 ଜିଲ୍ଲାରୁ 1977 ଆକ୍ରାନ୍ତ ଚିହ୍ନଟ

By

Published : Aug 14, 2020, 11:23 AM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ପଜିଟିଭ ସଂଖ୍ୟା। 30 ଜିଲ୍ଲାରୁ ସର୍ବାଧିକ 1,977 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ମୁଣ୍ଡ ବିନ୍ଧାର କାରଣ ହୋଇଛି। ହୋମ କ୍ବାରେଣ୍ଟାଇନରୁ 1241 ପଜିଟିଭ ଚିହ୍ନଟ ହୋଇଥିବା ବେଳେ736 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନୁଗୋଳରୁ 2, ବାଲେଶ୍ବରରୁ 56, ବରଗଡରୁ 22, ଭଦ୍ରକରୁ 118, ବଲାଙ୍ଗୀରରୁ 7, ବୌଦ୍ଧରୁ 5 ଓ କଟକରୁ 101 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେଓଗଡରୁ 2, ଢେଙ୍କାନାଳରୁ 40, ଗଜପତିରୁ 93, ଗଞ୍ଜାମରୁ 280, ଜଗତସିଂହପୁରରୁ 34, ଯାଜପୁରରୁ 69, ଝାରସୁଗୁଡାରୁ 11, କଳାହାଣ୍ଡିରୁ 48, କନ୍ଧମାଳରୁ 60, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 10 ଓ ଖୋର୍ଦ୍ଧାରୁ 332 ଜଣ ସଂକ୍ରମିତ ହୋଇଛନ୍ତି । କୋରାପୁଟରୁ 90, ମାଲକାନଗିରିରୁ 52, ମୟୂରଭଞ୍ଜରୁ 120, ନବରଙ୍ଗପୁରରୁ 17, ନୟାଗଡରୁ 75, ନୂଆପଡାରୁ 20, ପୁରୀରୁ 83, ରାୟଗଡାରୁ 70, ସମ୍ବଲପୁରରୁ 59, ସୋନପୁରରୁ 7 ଓ ସୁନ୍ଦରଗଡରୁ 88 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54,630 ହୋଇଥିବା ବେଳେ 37,900ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ 16,353ଟି ସକ୍ରିୟ ମାମଲା ରହିଛି ।

ଭୁବେନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details