ଓଡିଶା

odisha

ETV Bharat / city

ଆଉ ଏକ ସଂଗ୍ରାମର ସମୟ ଆସିଛି: କଂଗ୍ରେସ - ନିରଞ୍ଜନ ପଟ୍ଟନାୟକ

ଏହି କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମାନ ଅର୍ପଣ କରିବା ଅବସରରେ କଂଗ୍ରେସର ସଭାପତି କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ ଆଉ ଏକ ଅଗଷ୍ଟ କ୍ରାନ୍ତି  ସଂଗ୍ରାମ ପାଇଁ ସମୟ ଆସି ଯାଇଛି । ଆଜି ଦେଶରେ ଯୁବ କଂଗ୍ରେସ ପକ୍ଷରୁ 'ରୋଜଗାର ଦୋ' ଡାକରା ଦିଆ ଯାଉଛି।

ପୁଣି ଗୋଟେ ସଂଗ୍ରାମ ପାଇଁ ସମୟ ଆସିଛି:କଂଗ୍ରେସ
ପୁଣି ଗୋଟେ ସଂଗ୍ରାମ ପାଇଁ ସମୟ ଆସିଛି:କଂଗ୍ରେସ

By

Published : Aug 9, 2020, 11:47 AM IST

ଭୁବନେଶ୍ବର: ଆଜି ହେଉଛି ଅଗଷ୍ଟ 9 ତାରିଖ । ଯାହାକୁ ଅଗଷ୍ଟ କ୍ରାନ୍ତି ଦିବସ କୁହାଯାଏ। ଏହିଦିନ ପରାଧୀନ ଭାରତବର୍ଷକୁ ସ୍ବାଧୀନ କରିବା ପାଇଁ ଭାରତଛାଡ ଆନ୍ଦୋଳନ ଡାକରା ଦିଆଯାଇଥିଲା। ତେବେ ଆଜିର ଦିନର ବେଶ ମହତ୍ତ୍ବ ଥିବା କହିଛନ୍ତି ରାଜ୍ୟ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ।

ପୁଣି ଗୋଟେ ସଂଗ୍ରାମ ପାଇଁ ସମୟ ଆସିଛି:କଂଗ୍ରେସ

ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ ଆଉ ଏକ ଅଗଷ୍ଟ କ୍ରାନ୍ତି ସଂଗ୍ରାମ ପାଇଁ ସମୟ ଆସିଥିବା ସେ କହିଛନ୍ତି। ଏଥିପାଇଁ ସବୁ ଭାରତୀୟ ଏକଜୁଟ ଓ ସଚେତନ ହେବାକୁ କହିବା ସହ ଦେଶ ଓ ରାଜ୍ୟ ମାନଙ୍କରେ ଚାଲିଥିବା ଗଣତନ୍ତ୍ର ବିରୋଧୀ କାର୍ଯ୍ୟ ପାଇଁ ଏକଜୁଟ ହେବାକୁ କହିଛନ୍ତି। ଆଜି ଏହି କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ଅବସରରେ କଂଗ୍ରେସର ସଭାପତି ଆହୁରି କହିଛନ୍ତି କି, ଆଜି ଦେଶରେ ଯୁବ କଂଗ୍ରେସ ପକ୍ଷରୁ 'ରୋଜଗାର ଦୋ' ଡାକରା ଦିଆଯାଉଛି। ସେହିପରି ରାଜ୍ୟରେ ସିନିୟର ସିଟିଜନମାନେ ନିଜ ନିଜ ଘରେ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି କହିଛନ୍ତି। ଭବିଷ୍ୟତ ଭାରତକୁ ସୁରକ୍ଷା ଦେବା ସହ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଅପରିହାର୍ଯ୍ୟ ହୋଇଥିବାରୁ ଏଥିପାଇଁ ସମସ୍ତେ ଆଗେଇ ଆସିବାକୁ ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details