ଓଡିଶା

odisha

ETV Bharat / city

ମମିତା ମେହେର ହତ୍ୟାକାଣ୍ଡ: ଜିଲ୍ଲା ପ୍ରଶାସନକୁ ରାଜ୍ୟ ଶିଶୁ ସୁରକ୍ଷା ଅୟୋଗର ରିପୋର୍ଟ ତଲବ - ସନସାଇନ କଲେଜ

ସନସାଇନ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି ଶିଶୁ ସୁରକ୍ଷା ଅୟୋଗ । ଅଧିକ ପଢନ୍ତୁ...

State Commission for Protection of Child Rights seeks report from sp and collector over mamita meher murder case
ମମିତା ମେହେର ହତ୍ୟା ମାମଲା: ଜିଲ୍ଲା ପ୍ରଶାସନକୁ ରାଜ୍ୟ ଶିଶୁ ସୁରକ୍ଷା ଅୟୋଗର ରିପୋର୍ଟ ତଲବ

By

Published : Nov 9, 2021, 10:40 PM IST

ଭୁବନେଶ୍ବର:ସନସାଇନ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି ଶିଶୁ ସୁରକ୍ଷା ଅୟୋଗ । ଖୁବଶୀଘ୍ର ରିପୋର୍ଟ ଆସିବ । ରିପୋର୍ଟ ଆସିଲା ପରେ ଯଦି ସ୍କୁଲରେ ଶିଶୁ ସୁରକ୍ଷା ନେଇ କୌଣସି ଅଭିଯୋଗ ଆସେ ତେବେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ମମିତା ମେହେର ହତ୍ୟାକାଣ୍ଡ: ଜିଲ୍ଲା ପ୍ରଶାସନକୁ ରାଜ୍ୟ ଶିଶୁ ସୁରକ୍ଷା ଅୟୋଗର ରିପୋର୍ଟ ତଲବ

ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। କୌଣସି ମତେ ଶିଶୁ ମାନଙ୍କ ଅଧିକାର ଯେମିତି କ୍ଷୁର୍ଣ୍ଣ ନହୁଏ ତା ଉପରେ ତୀକ୍ଷ୍ଣ ନଜର ରହିଛି। ଉଭୟ ଜିଲ୍ଲାପାଳ ଓ SPଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି । ରିପୋର୍ଟ ଆସିଲା ପରେ ତାର ତର୍ଜମା କରାଯିବ।

ଉପ-ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯାଇ ସ୍କୁଲ ରେ ତଦନ୍ତ କରିଛନ୍ତି । ସମସ୍ତ ରିପୋର୍ଟ ଆସିଲା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ କହିଛନ୍ତି, ରାଜ୍ୟ ଶିଶୁ ସୁରକ୍ଷା ଅୟୋଗ ଅଧ୍ୟକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details