ଓଡିଶା

odisha

ETV Bharat / city

ମମିତା ମେହେର ହତ୍ୟା ପ୍ରସଙ୍ଗ: ପୁଣି ଶ୍ବର ଶାଣିତ କଲା ବିଜେପି - ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ

କିଛି ଦିନ ବ୍ୟବଧାନ ପରେ ପୁଣି ମମିତା ମେହେର ହତ୍ଯା ଘଟଣା ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଗଣମାଧ୍ୟମରେ ପ୍ରମାଣ ଘୁରି ବୁଲୁଛି । ମନ୍ତ୍ରୀ ମିଛ କଥା କହିଛନ୍ତି, ଏଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟା ପ୍ରସଙ୍ଗ ପୁଣି ଶ୍ବର ଶାଣିତ କଲା ବିଜେପି
ମମିତା ମେହେର ହତ୍ୟା ପ୍ରସଙ୍ଗ ପୁଣି ଶ୍ବର ଶାଣିତ କଲା ବିଜେପି

By

Published : Feb 15, 2022, 8:53 PM IST

ଭୁବନେଶ୍ବର:କିଛି ଦିନ ବ୍ୟବଧାନ ପରେ ପୁଣି ମମିତା ମେହେର ହତ୍ଯା ଘଟଣା ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଗଣମାଧ୍ୟମରେ ପ୍ରମାଣ ଘୁରି ବୁଲୁଛି । ମନ୍ତ୍ରୀ ମିଛ କଥା କହିଛନ୍ତି, ଏଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି କହିଛି । ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ।

ତେବେ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୧୫ ତାରିଖରେ ରାୟପୁର ଯାଇ ୧୯ ତାରିଖରେ ମନ୍ତ୍ରୀ ଓଡିଶା ଫେରିଛନ୍ତି । ସେହିପରି ୮ ତାରିଖରୁ ୧୯ ତାରିଖ ମଧ୍ୟରେ ଯେଉଁ ଘଟଣା ଘଟିଛି ଏଥିରେ ମନ୍ତ୍ରୀଙ୍କ ସଂଯୋଗ ରହିଛି ବୋଲି ଅଭିଯୋଗ ଆଣିଲା ବିଜେପି । ମାତ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ୮ ରୁ ୧୧ ତାରିଖ ମଧ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମମିତା ମେହେର ହତ୍ୟା ପ୍ରସଙ୍ଗ ପୁଣି ଶ୍ବର ଶାଣିତ କଲା ବିଜେପି

ଅନ୍ୟପଟେ ଏହି ୧୧ ରୁ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା ବୋଲି ବିଜେପି କହିଛି । ତେବେ ଭିଡିଓରେ ମନ୍ତ୍ରୀଙ୍କ ସହ ଦେଖା ଯାଉଥିବା ଏବଂ ସମାନ ଜିନ୍ସ ଟି ସାର୍ଟ ପିନ୍ଧିଥିବା ଦୁଇ ବ୍ୟକ୍ତି କିଏ ବୋଲି ପ୍ରଶ୍ନ କରିଛି ବିଜେପି । ମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ଚଣ୍ଡିଗଡ ଗସ୍ତ କରିଥିଲେ ସରକାର ସ୍ପଷ୍ଟ କରନ୍ତୁ ।

ଅପରପକ୍ଷେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ମନ୍ତ୍ରୀ ରାୟପୁର ଯିବା ସମୟରେ କୌଣସି ପ୍ରୋଟୋକଲ ନାହିଁ ଓ ପିଏସଓ ନାହାନ୍ତି ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି । ସରକାର ସ୍ପଷ୍ଟ କରିବା ଦରକାର ସରକାରୀ ନା ବେସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ମନ୍ତ୍ରୀ । ଯଦି ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ କାହିଁକି ଟୁର ପ୍ରୋଗ୍ରାମ ଲିଷ୍ଟରେ ଉଲ୍ଲେଖ ନଥିଲା ।

ସେହିରପରି କେସକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଛି କି ବୋଲି ପ୍ରଶ୍ନ କରିଛି ବିଜେପି । କେସରୁ ଖସିଯିବା ପାଇଁ ସରକାର ଦୋଷୀଙ୍କୁ ଯଥେଷ୍ଟ ସମୟ ଦେଇଛନ୍ତି । ତେବେ ଗୋବିନ୍ଦ ସାହୁ, ମମିତା ମେହେର ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details