ଭୁବନେଶ୍ବର:ସମଗ୍ର ଭାରତ ବର୍ଷ ଚାହୁଁଛି ବିକାଶ ଓ ପରିବର୍ତ୍ତନ । ପିପିଲି ମଧ୍ୟ ଦୀର୍ଘ 35 ବର୍ଷର ଗୁଣ୍ଡାରାଜକୁ ଛାଡି ବିକାଶ ସହ ଯିବାକୁ ଚାହୁଁଛି । ମାତ୍ର ଶାସକ ଦଳକୁ ନିର୍ବାଚନରେ ଜିତାଇବା ପାଇଁ ପୋଲିସ ପ୍ରଶାସନ ସବୁ ଚେଷ୍ଟା ଚଳାଇଛି । ପିପିଲି ଉପନିର୍ବାଚନକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ।
ପିପିଲିରେ ଗତକାଲି ବିଜେପିର କର୍ମୀମାନଙ୍କୁ ଆକ୍ରମଣ ହୋଇଛି । ଏପରିକି ଆମ ଦଳର ମହିଳା କର୍ମୀଙ୍କୁ ଅସଦାଚରଣ କରିଛନ୍ତି ବିଜେଡିର ଲୋକମାନେ । ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ଧୀରେନ୍ଦ୍ର ସାମନ୍ତ ରାୟଙ୍କ ନାମରେ 302 ର ତିନୋଟି ମକଦ୍ଦମା ରହିଛି । ସେହିପରି ପ୍ରିୟବ୍ରତ ସାମନ୍ତ ରାୟ ଓ ସଞ୍ଜୟ କୁମାର ସାମନ୍ତ ରାୟଙ୍କ ନାମରେ ବି ଅନେକ ମାମଲା ରହିଛି ଓ ଏମାନଙ୍କୁ ପଳାତକ ଘୋଷଣା କରାଯାଇଛି ।