ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିବସ । ବିନା ବାଧାରେ ଚାଲିଛି ପ୍ରଶ୍ନକାଳ । ରାଜ୍ୟରେ ମରୁଡି ସ୍ଥିତି ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ନେଇ ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିବେ ମୋସନ । ହୋଇପାରେ ସ୍ବତନ୍ତ୍ର ଆଲୋଚନା । ବିଧାନସଭା ଆରମ୍ଭ ହେବା କ୍ଷଣି ଗୃହ ବିଭାଗ ସମ୍ପର୍କିତ ପ୍ରଶ୍ନକାଳ ଜାରି ରହିଛି । ବିଧାୟକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅନ୍ୟପଟେ ଆଜି ଗୃହରେ ସରକାର ୨ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଲ ମଧ୍ୟ ଆଣିବେ ।
Odisha Assembly; ଚାଲିଛି ପ୍ରଶ୍ନକାଳ, ଆଜି ଆସିବ ୨ଟି ଗୁରୁତ୍ବପୂର୍ଣ୍ଣ ବିଲ - ଚାଲିଛି ପ୍ରଶ୍ନକାଳ
ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିବସ । ବିନା ବାଧାରେ ଚାଲିଛି ପ୍ରଶ୍ନକାଳ । ରାଜ୍ୟରେ ମରୁଡି ସ୍ଥିତି ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ନେଇ ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିବେ ମୋସନ ।
State assembly
ସେପଟେ ଆଜି ଗୃହରେ ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ ଅବକାରୀ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ